ଭୁବନେଶ୍ବର: ଆଜି( ଶୁକ୍ରବାର) ମଧ୍ୟାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ ବର୍ଷ ୨୦୨୧ର ହେବ ଶେଷ କ୍ୟାବିନେଟ ବୈଠକ ।
ମଧ୍ୟାହ୍ନ ୧୨.୩୦ ରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ସମେତ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ ସମ୍ମିଳନୀ କକ୍ଷରୁ କ୍ୟାବିନେଟ ବୈଠକରେ ସାମିଲ ହେବେ ।
ତେବେ ନିର୍ଦ୍ଦିଷ୍ଟ ଭାବେ କେତେଟି ଏଜେଣ୍ଡା ଆସିବ ତାହା ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ