ETV Bharat / city

Covid Surge: କାଲି ରାଜ୍ୟ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

author img

By

Published : Jan 24, 2022, 5:36 PM IST

ଦେଶର ଅନ୍ୟ ରାଜ୍ୟରେ ଓମିକ୍ରନର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଆସନ୍ତାକାଲି ରାଜ୍ୟ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ସାମ୍ପ୍ରତିକ ରାଜ୍ୟର କୋଭିଡ଼ର ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ଭିସି ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ କୋଭିଡ଼ର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ: Odisha Corona: ଦିନକରେ ୭୨୯୧ ପଜିଟିଭ ଚିହ୍ନଟ

ରାଜ୍ୟରେ ଜାରି ରହିଛି ତୃତୀୟ ଲହର । ଏହାସହ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ବିଭିନ୍ନ ଦେଶରେ ନୂଆ କୋଭିଡ଼ ଭାରିଏଣ୍ଟ ଚିହ୍ନଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କୋଭିଡ଼ ସମୀକ୍ଷା ବହୁ ଗୁରୁତ୍ବ ରଖୁଛି । ରାଜ୍ୟରେ ସଂକ୍ରମଣ ହାର କମିଥିଲେ ବି ଚିନ୍ତା ଯାଇନାହିଁ । ଏହା ସହ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଯିବ । ତେଣୁ ସଂକ୍ରମଣ ପୁନର୍ବାର ବଢିବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ: Omicron BA2 variant hits Indore: ୬ ଶିଶୁଙ୍କ ସହ ୧୬ ଜଣ ପଜିଟିଭ

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ବିଭିନ୍ନ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ । ବୈଠକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିଶନର ପି.କେ. ଜେନା ପ୍ରମୁଖ ଉପସ୍ଥିତ ରହିବେ । ଏହା ସହ ପୋଲିସ ଡିଜି, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହେବେ । ଜିଲ୍ଲାପାଳ ଓ SP ମାନେ ମଧ୍ୟ ବୈଠକରେ ଯୋଗ ଦେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.