ETV Bharat / city

ବିଧାନସଭାରେ ଟୋକନ ତାତି: ସ୍ବଚ୍ଛତା ନାଁରେ ହନ୍ତସନ୍ତ ଚାଷୀ - 2019 winter assembly

ଆଜି ବି ଗୃହରେ ଟୋକେନ ତାତି । ବିଧାନସଭା ଭିତରେ ଖୋଦ ସରକାରୀ ଦଳର ବିଧାୟକଙ୍କ ଉଦବେଗ ପ୍ରକାଶ । ସ୍ବଚ୍ଛତା ନାଁରେ ଚାଷୀଙ୍କୁ ହନ୍ତସନ୍ତ କରାନଯାଉ କହିଲେ ଶାସକ ଦଳ ।

2019 winter assembly
ବିଧାନସଭାରେ ଟୋକେନ ତାତି
author img

By

Published : Nov 27, 2019, 3:02 PM IST

ଭୁବନେଶ୍ବର: ଥମୁନି ଟୋକନ ତାତି । ଗୃହ ବାହାରେ ଭିତରେ ଚାଲିଛି ତୁମ୍ବୀ ତୋଫାନ । ବିଧାନସଭା ଭିତରେ ଖୋଦ ସରକାରୀ ଦଳର ବିଧାୟକ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ବରଗଡ଼ରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶାସକ ଦଳର 3 ବିଧାୟକ । ଏପରିକି ସ୍ବଚ୍ଛତା ନାଁରେ ଚାଷୀଙ୍କୁ ହନ୍ତସନ୍ତ କରାନଯାଉ ବୋଲି ଦାବି କରାଯିବା ସହ ଟୋକେନ ବ୍ୟବସ୍ଥାକୁ କୋହଳ କରିବାକୁ ଦାବି ହୋଇଥିଲା ।

ବିଧାନସଭାରେ ଟୋକେନ ତାତି

ବରଗଡ଼ରେ 2018ରେ ଧାନକିଣା ଅନିୟମିତତା କଥା ଉଠାଇଥିଲେ ବରଗଡ ବିଧାୟକ । ସ୍ବଚ୍ଛତା ନାଁରେ ଚାଷୀଙ୍କୁ ହନ୍ତସନ୍ତ କରାନଯାଉ ବୋଲି କହିଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ । ସେହିପରି ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ମଧ୍ୟ ଟୋକେନ ବ୍ୟବସ୍ଥାରେ ଉଦବେଗ ପ୍ରକାଶ କରିଥିଲେ । ଟୋକେନ ବ୍ୟବସ୍ଥା ଯୋଗୁଁ ଧାନ ଉଠିବା ଆରମ୍ଭ ହୋଇଛି । ହେଲେ ବଳକା ରହିଯାଇଥିବା ଧାନ ପାଇଁ 15 ଦିନ ମଧ୍ୟରେ ଟୋକେନ ଦିଆଯାଉଛି । ହେଲେ ଧାନ କେବେ ଉଠିବ ଚାଷୀ ଜାଣିପାରୁନଥିବାବେଳେ କମ ସମୟ ମଧ୍ୟରେ ଟୋକେନ ଦେବାକୁ ଦାବି କରିଥିଲେ ରୋହିତ ପୂଜାରୀ । ସେହି ସମାନ ପ୍ରଶ୍ନକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଗୃହରେ ଉପସ୍ଥାପନା କରିଥିଲେ ।

ଯାହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଥିଲେ 13ଟି ପାକ୍ସ ଉପରେ ଚଢାଉ କରାଯାଇଛି । ଧାନ କିଣାରେ ଆଧାର ସିଡିଂ ବାଧ୍ୟତାମୂଳକ । ନଚେତ ବାହାରୁ ବେପାରୀ ପଶି ଆସିବେ ବୋଲି କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଧାନ କିଣାରେ ଓଡ଼ିଶା ସୀମାରେ ହେଉଥିବା ଷଡଯନ୍ତ୍ର ସଫଳ ହେବ ନାହିଁ ବୋଲି ସେ କହିଥିଲେ ।

ଯେଉଁ ସ୍ଥାନରେ ଇଣ୍ଟରନେଟ ନାହିଁ ସେଠାରେ କିପରି ଟେକୋନ ଦିଆଯିବ ସେ ନେଇ ପ୍ରଶ୍ନ କରିଥିଲେ ଶାସକ ଦଳ । ଯାହାର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ କହିଥିଲେ, ସମ୍ବଲପୁରରେ 102 ଧାନ କିଣା କେନ୍ଦ୍ରରୁ 42ଟି କାର୍ଯ୍ୟକ୍ଷମ ହୋଇଛି । 10790 ଟୋକେନ ଆବେଦନ କରିଥିବାବେଳେ ସେଥିରୁ 7400 ଚାଷୀ ଟୋକେନ ପାଇଛନ୍ତି । 80,131 ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । 923 ଜଣ ଚାଷୀ ଧାନ ବିକ୍ରୀ କରିଛନ୍ତି । ଗତବର୍ଷ 70 ହଜାର ମେଟ୍ରିକ ଟନ ଧାନ କିଣାଯାଇଥିବାବେଳେ ଚଳିତ ବର୍ଷ 80 ହଜାର ମେଟ୍ରିକ ଟନ ଧାନ ସରକାର କିଣିସାରିଛନ୍ତି । ଟୋକେନ ବ୍ୟବସ୍ଥା ପାଇଁ ଧାନ କିଣା ବ୍ୟବସ୍ଥା ସ୍ବଚ୍ଛ ହୋଇଛି । ତେଣୁ ସମସ୍ତ ସଦସ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପରିକି କେହି ପ୍ରକୃତ ଚାଷୀ ବଳି ପଡିଥିଲେ ଜିଲ୍ଲାପାଳ ତଦନ୍ତ କରି ତାଙ୍କୁ ସାମିଲ କରିବେ କହିଥିଲେ ବିଭାଗୀୟ ଅଧିକାରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଥମୁନି ଟୋକନ ତାତି। ଉଭୟ ବିଧାନସଭା ଭିତରେ ଓ ବାହାରେ ଏହାକୁ ନେଇ ଚାଲିଛି ତୁମ୍ବୀ ତୋଫାନ। ବିଧାନସଭା ଭିତରେ ଖୋଦ ସରକାରୀ ଦଳର ବିଧାୟକ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ବରଗଡରେ ୨୦୧୮ ରେ ଧାନକିଣା ଅନିୟମିତତା କଥା ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ। ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି କଲେ ଦେବେଶ। ସ୍ୱଚ୍ଛତା ନାଁ ରେ ଚାଷୀଙ୍କୁ ଅସୁବିଧା ରେ ପକା ନ ଯାଉ। ବରଗଡ ଧାନ କିଣା ,ଟୋକାନକୁ ନେଇ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉଦବେଗ। କୋହଳ ଲାଗି ଦାବି କଲେ।
ବରଗଡ଼ ରେ ଧାନ କିଣାରେ ଅବ୍ୟବସ୍ଥା କୁ ଶାସକ ଦଳର ୩ ବିଧାୟକ ଙ୍କ ଉଦବେଗ। ଚାଷୀ ଦୁଃଖ ଓ ଉଦବେଗ ରେ ଅଛନ୍ତି ବୋଲି କହିଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୁଜାରୀ। ଟୋକାନକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । କେବେ ଧାନ ଉଠିବ ଚାଷୀ ଜାଣି ପୁରୁନାହଁନ୍ତି। 15 ଦିନ ପରେ ଧାନ ନେବେ ଟୋକାନ ନଥିଲେ। କମ ସମୟରେ ଟୋକେନ୍ ଦେବାକୁ ଦାବି କରିଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏନେଇ ଉଠାଇଥିଲେ।
୧୩ଟି ପାକ୍ସ ଉପରେ ଚଢ଼ାଉ ହୋଇଥିବା କହିଲେ ଯୋଗାଣ ମନ୍ତ୍ରୀ। ଧାନ କିଣାରେ ଆଧାର ସିଡିଂ ବାଧ୍ୟତାମୂଳକ। ନ ହେଲେ ବେପାରୀ ପଶି ଆସିବେ।ମନ୍ତ୍ରୀ। ଧାନ କିଣା ନେଇ ଓଡ଼ିଶା ସୀମାରେ ହେଉଥିବା ଷଡ଼ଯନ୍ତ୍ର ସଫଳ ହେବନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
Body: ଯେଉଁ ସ୍ଥାନରେ ନେଟ ନାହିଁ ସେଠି କିଭଳି ଟୋକେନ ଦିଆଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶାସକ ଦଳ ସଦସ୍ୟ। ସମ୍ବଲପୁରରେ 102 ଧାନ କିଣା କେନ୍ଦ୍ରରୁ 42ଟି କାର୍ଯ୍ୟକ୍ଷମ ହୋଇଛି। 10790 ଟୋକେନ ଇସୁ କରାଯାଇଛି। ସେଥିରୁ 7400 ଚାଷୀ ଟୋକନ ପାଇଛନ୍ତି। 80,131 ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର। 923 ଜଣ ଚାଷୀ ଧନ ବିକିଛନ୍ତି। ଗତ ବର୍ଷ 70ହଜାର ମେଟ୍ରିକ ଟ ନ ଧନ କିଣାଯାଇଥିବା ବେଳେ ଚଳିତ ବର୍ଷ 80ହଜାର ମେଟ୍ରିକ ଟ ନ ଧନ ସରକାର କିଣିସରିଲେଣି। ଟୋ କ ନ ବ୍ୟବସ୍ଥା ପାଇଁ ଧାନ କିଣା ବ୍ୟବସ୍ଥା ସ୍ୱଚ୍ଛ ହୋଇଛି। ତେଣୁ ସମସ୍ତ ସଦସ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏପରିକି କେହି ପ୍ରକୃତ ଚାଷୀ ବଡ଼ ପଡିଥିଲେ ଜିଲାପାଳ ତଦନ୍ତ କରି ତାଙ୍କୁ ସାମିଲ କରିବେ।

ବାଇଟ ଦେବେଶ ଆଚାର୍ଯ୍ୟ, ବିଜେଡି ବିଧାୟକ
ବାଇଟ ରୋହିତ ପୂଜାରୀ, ସରକାରୀ ଦଳ ଉପମୁଖ୍ୟ ସଚେତକ
ବାଇଟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଗାଣ ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.