ETV Bharat / city

'ସଭ୍ୟ ମାନବ ପାଇଁ ଶୌଚାଳୟ ଆତ୍ମସମାନର ସୂଚକ'

author img

By

Published : Nov 18, 2019, 7:06 PM IST

ନଭେମ୍ବର 18ରେ ପାଳିତ ହୋଇଛି ବିଶ୍ବ ଶୌଚାଳୟ ଦିବସ । ଏହିକ୍ରମରେ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ 'ସିଫାର' ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ପଦଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ସ୍ବଚ୍ଛ ଶୌଚାଳୟ ପାଇଁ ଆହ୍ବାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସମଗ୍ର ବିଶ୍ବ ସ୍ବଚ୍ଛତା ଦିଗରେ ସଚେତନ ଥିବାବେଳେ ସୋମବାର ପାଳିତ ହୋଇଛି ବିଶ୍ବ ଶୌଚାଳୟ ଦିବସ । ଏନେଇ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ 'ସିଫାର' ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଶ୍ବବାସୀଙ୍କ ପାଇଁ ଶୌଚାଳୟର ସ୍ଥିତି ଓ ଆବଶ୍ୟକତାକୁ ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟସିଟିର ସମସ୍ତ ନାଗରିକଙ୍କୁ ବିଶ୍ବ ଶୌଚାଳୟ ଦିବସର ବାର୍ତ୍ତା ଦେବା ପାଇଁ ପଦଯାତ୍ରାର ଆୟୋଜନ କରାଯାଇଥିଲା । ସ୍ବଚ୍ଛତା ମଡେଲ ପ୍ରଦର୍ଶନୀ ଏବଂ ଭୁବନେଶ୍ବରରେ ଶୌଚାଳୟର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା । ସଭ୍ୟ ମାନବ ପାଇଁ ଶୌଚାଳୟ ଆତ୍ମସମାନର ସୂଚକ । ସମସ୍ତେ ଏହାକୁ ହୃଦୟଙ୍ଗମ କରି ଶୌଚାଳୟ ବ୍ୟବହାରକୁ ଆପଣାଇଲେ ଏହା ବିକାଶକୁ ତ୍ବରାନ୍ବିତ କରିପାରିବ । ସହରାଞ୍ଚଳ ବିକାଶରେ ସ୍ବଚ୍ଛତାର ଅବଦାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ସବୁ ସ୍ଥାନରେ ସ୍ବଚ୍ଛତା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦିଆଯାଇଛି ।

ସାରା ରାଜ୍ୟର ସହରାଞ୍ଚଳ ଗୁଡିକରେ ସ୍ବଚ୍ଛ ଏବଂ ହାଇବ୍ରିଡ୍‌ ଶୌଚାଳୟକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥେ ନାନ କହିଛନ୍ତି । ସେହିପରି ସମାଜର ପ୍ରତ୍ୟେକ ବର୍ଗ ପାଇଁ ସ୍ବଚ୍ଛ ଶୌଚାଳୟ ଉପଯୋଗୀ ହେବା ଦରକାର । ଯେପରିକି କିନ୍ନର, ଦିବ୍ୟାଙ୍ଗ, ମହିଳା ଏବଂ ଶିଶୁ ଆଦିଙ୍କ ପାଇଁ ନିର୍ମିତ ଶୌଚାଳୟ କାମରେ ଆସିବା ଦରକାର ବୋଲି ସିଫାର ପରିଚାଳକ ସୌମ୍ୟା ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଶ୍ୱ ଶୌଚାଳୟ ଦିବସ।ସଭ୍ୟ ମଣିଷ ପାଇଁ ନିହାତି ଆବଶ୍ୟକ ସ୍ୱଚ୍ଛ ଶୌଚାଳୟ।ଖାଦ୍ୟ ବସ୍ତ୍ର ପାନୀୟ ଭଳି ଏହା ଆଉ ଏକ ପ୍ରମୁଖ ମୌଳିକ ଆବଶ୍ୟକତା।

Body:ସାରା ବିଶ୍ୱ ସ୍ୱଚ୍ଛତା ଦିଗରେ ସଚେତନ ଥିବାବେଳେ ଆଜି ପାଳିତ ହୋଇଛି ବିଶ୍ୱ ଶୌଚାଳୟ ଦିବସ।ବିଶ୍ୱବାସୀ ସମସ୍ତଙ୍କ ପାଇଁ ଶୌଚାଳୟ ର ସ୍ଥିତି,ଅବସ୍ଥିତି ଓ ଆବଶ୍ୟକତା କୁ ଜଣେଇଦେବା ଉଦ୍ଧେଶ୍ୟରେ ସୋମବାର ଭୁବନେଶ୍ୱରରେ ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ' ସିଫାର' ପକ୍ଷରୁ ଆୟୋଜିତ ହୋଇଛି ବିଶ୍ୱ ଶୌଚାଳୟ ଦିବସର ସଚେତନତା କାର୍ଯ୍ୟକ୍ରମ।ସଭ୍ୟ ମାନବ ପାଇଁ ଶୌଚାଳୟ ଆତ୍ମସମାନର ସୂଚକ।ସମସ୍ତେ ଏହାର ମୂଲ୍ୟବୋଧ ଜାଣି ଶୌଚାଳୟର ବ୍ୟବହାରକୁ ଆପଣେଇ ପାରିଲେ ଏହା ବିକାଶ କୁ ତ୍ୱରାନ୍ୱିତ କରିପାରିବ।

ସହରାଞ୍ଚଳ ବିକାଶରେ ସ୍ୱଚ୍ଛତାର ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।ସ୍ମାର୍ଟସିଟିର ସମସ୍ତ ନାଗରିକଙ୍କୁ ବିଶ୍ୱ ଶୌଚାଳୟ ଦିବସର ବାର୍ତା ଦେବା ପାଇଁ 'ସିଫାର' ଆୟୋଜନ କରିଛି ପଦଯାତ୍ରା।ସ୍ୱଚ୍ଛତା ମଡେଲ ପଦର୍ଶନୀ ଏବଂ ଭୁବନେଶ୍ୱରରେ ଶୌଚାଳୟର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା।

ସବୁ ସ୍ଥାନରେ ସ୍ୱଚ୍ଛତା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି।ସାରା ରାଜ୍ୟରେ ବିଶେଷକରି ସହରାଞ୍ଚଳ ଗୁଡିକରେ ସ୍ୱଚ୍ଛ ଶୌଚାଳୟ କୁ ପ୍ରାଧ୍ୟାନ୍ୟ ଦିଆଯାଉଛି।ହାଇବ୍ରିଡ଼ ଶୌଚାଳୟ କୁ ଗୁରୁତ୍ୱ ଦିଆଯାଉଛି ବୋଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥେ ନାନ କହିଛନ୍ତି।

ସମାଜର ପ୍ରତ୍ୟକ ବର୍ଗ ପାଇଁ ସ୍ୱଚ୍ଛ ଶୌଚାଳୟ ଉପଯୋଗୀ ହେବା ଦରକାର ,ଯେପରିକି କିନ୍ନର, ଭିର୍ଣକ୍ଷମ, ମହିଳା ,ଶିଶୁ ଇତ୍ୟାଦି ପାଇଁ ନିର୍ମିତ ଶୌଚାଳୟ କାମରେ ଆସିବା ଦରକାର ବୋଲି ସିଫାର ପରିଚାଳକ ସୌମ୍ୟା ମିଶ୍ର କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.