ETV Bharat / city

ସ୍ବାମୀଙ୍କ ମୃତ୍ୟୁର ସତ କହିବେ ବିଦ୍ୟାଭାରତୀ, ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ପହଁଚିଲେ ଭୁବନେଶ୍ଵର

author img

By

Published : Sep 20, 2021, 10:31 AM IST

Updated : Sep 20, 2021, 11:07 AM IST

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । କିଛି ସମୟ ପରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ଅଧିକ ପଢନ୍ତୁ...

କିଛି ସମୟ ପରେ ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । କିଛି ସମୟ ପରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । ରାଜଧାନୀସ୍ଥିତ ଷ୍ଟେଟଫରେନ୍ସିକ ଲ୍ୟାବରେ ପହଞ୍ଚିସାରିଲେଣି ବିଦ୍ୟାଭାରତୀ । ଟେଷ୍ଟରୁ ଜଣାପଡିବ ବିଦ୍ୟାଭାରତୀଙ୍କ ସତ ମିଛ ଥିଓରୀ ।

ଷ୍ଟେଟ ଫରେନ୍ସିକ ଲ୍ୟାବରେ ବିଦ୍ୟାଭାରତୀ, ଲାଏ ଡିଟେକ୍ସନ ଟେଷ୍ଟରୁ ଜଣାପଡିବ ସତମିଛ ଥିଓରୀ

ଗତକାଲି ଡିଏଫଓ ଓ ରୋଷେୟାଙ୍କ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ଷ୍ଟେଟ ଫରେନସିକ ଲାବ୍ରୋଟାରୀରେ ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କ ମଧ୍ୟ ଟେଷ୍ଟ ହୋଇଥିଲା । ତେବେ ଟେଷ୍ଟରେ ସୋମ୍ୟଙ୍କ ମୃତ୍ୟୁ ସମ୍ପର୍କିତ ୨୦୦ ପ୍ରଶ୍ନର ଉତ୍ତର ଦେଇଥିଲେ ଡିଏଫଓ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଟେଷ୍ଟ କରାଯାଇଛି ।

ସୂଚନାଥାଉକି ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ଦୀର୍ଘ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ପାଖରେ ପହଞ୍ଚିପାରିନାହିଁ ପୋଲିସ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ଏସିଏଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ଜେନାଙ୍କୁ ବାରମ୍ବାର ଜେରା କରି ଅଧିକ ତଦନ୍ତ କରୁଛି କିନ୍ତୁ ପ୍ରକୃତ ଆସାମୀକୁ ଧରିପାରିନାହିଁ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 20, 2021, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.