ETV Bharat / city

STATE CORONA DEATH; ପୁଣି ଆଖି ବୁଜିଲେ ୫ ଆକ୍ରାନ୍ତ - କୋରୋନା

ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୫ଜଣଙ୍କ ମୁଣ୍ଡ ନେଲା ମହାମାରୀ । ମୃତ୍ୟୁ ସଂଖ୍ୟା ୮ ହଜାର ୧୮୦କୁ ବୃଦ୍ଧି । ଅଧିକ ପଢନ୍ତୁ...

STATE CORONA DEATH;  ପୁଣି ଆଖି ବୁଜିଲେ ୫ ଆକ୍ରାନ୍ତ

author img

By

Published : Sep 27, 2021, 11:23 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ କୋରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲାଗିଛି । ଗତ କିଛି ଦିନର ମୃତ୍ୟୁ ରିପୋର୍ଟ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ଗତକାଲି ରାଜ୍ୟରେ ୫ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଆଜି ୨୪ଘଣ୍ଟା ମଧ୍ୟରେ ୫ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ମୃତକଙ୍କ ମଧ୍ୟରୁ ନବରଙ୍ଗପୁରରୁ ୨ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୮୦ରେ ପହଞ୍ଚିଛି ।

ସେହିପରି ଆଜି ରାଜ୍ୟରେ ୪୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୭୬୪ରେ ପହଞ୍ଚିଛି । ରାଜ୍ୟରେ ଏବେ ୧୦ଲକ୍ଷ ୧୦ ହଜାର ୮୨୯ ଜଣ ମୋଟ ସୁସ୍ଥ ହୋଇଥିବା ବେଳେ ୫ହଜାର ୭୦୨ ଆକ୍ଟିଭ କେସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.