ETV Bharat / city

ଆସିଲା ଅନଲକ-4 ର ଗାଇଡଲାଇନ

author img

By

Published : Aug 31, 2020, 9:03 PM IST

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗାତରେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ଅନଲକ ପାର୍ଟ-4 ଗାଇଡ଼ ଲାଇନ ଜାରି ହୋଇଛି। ଅଧିକ ପଢନ୍ତୁ..

vଆସିଲା ଅନଲକ-4 ର ଗାଇଡଲାଇନ
ଆସିଲା ଅନଲକ-4 ର ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ଅନଲକ ପାର୍ଟ-4 ଗାଇଡ଼ ଲାଇନ ଜାରି ହୋଇଛି। ରାଜ୍ୟର ସମସ୍ତ କଣ୍ଟେନମେଣ୍ଟ ଯୋନରେ ସେପ୍ଟେମ୍ବର ୩୦ ଯାଏଁ ଲକ ଡାଉନ ଜାରି ରହିବ । ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ ଏବଂ ଧାର୍ମିକ କାର୍ଯ୍ୟ ବନ୍ଦ ରହିବା ନେଇ ଏହି ମାର୍ଗଦର୍ଶିକାରେ ପ୍ରକାଶ ପାଇଛି ।

ଆସିଲା ଅନଲକ-4 ର ଗାଇଡଲାଇନ
ଆସିଲା ଅନଲକ-4 ର ଗାଇଡଲାଇନ

ସେହିପରି ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଯୋନ ନିର୍ଦ୍ଧାରଣ କରିପାରିବେ କଣ୍ଟେନମେଣ୍ଟ ଯୋନ ବାହାରେ ରାଜ୍ୟ ସରକାର ନିର୍ଦ୍ଧାରଣ କରିପାରିବେ ନାହିଁ କିମ୍ବା ଲାଗୁ ହେବନି ଲକ ଡାଉନ। ମ୍ୟୁନିସିପାଲଟି ଅଞ୍ଚଳରେ ମ୍ୟୁନିସିପାଲ କମିଶନର ନିଷ୍ପତ୍ତି ନେଇପାରିବେ।

ସେପ୍ଟେମ୍ବର ୩୦ ଯାଏଁ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ, ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସ୍କୁଲରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିପାରିବେ, ସମସ୍ତ ପ୍ରଶାସନିକ କାର୍ଯ୍ୟ ଚାଲିପାରିବ। କିନ୍ତୁ ଆବଶ୍ୟକ ପରୀକ୍ଷା କରାଯାଇପାରିବ। ଅନଲାଇନ ପାଠ ପଢା ଚାଲୁ ରହିବ ବୋଲି ମଧ୍ୟ ଜାରି ରହିଛି ନିର୍ଦେଶ।

ଅନ୍ୟପକ୍ଷରେ ଡ଼ିଷ୍ଟାଶଂ କୋର୍ସ ପଢା ଯାଇ ପାରିବ। ରିସର୍ଚ୍ଚ ପାଠ ପଢା ମଧ୍ୟ ଚାଲୁ ରହିବ। ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର ବନ୍ଦ ରହିବ, ଅନ୍ତର୍ଜାତୀୟ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିବାହ ପାଇଁ ୫୦ ଜଣ ଲୋକ ସମାଗମ ହୋଇପାରିବେ। ତେବେ କେନ୍ଦ୍ର ସରକାରଙ୍କ ଅନଲକ ପାର୍ଟ 4 ନିୟମ ଅନୁଯାୟୀ ରାଜ୍ୟରେ ଆଉ ରାତ୍ରି କାଳୀନ କର୍ଫ୍ୟୁ ଲାଗୁ ହେବନି କିମ୍ବା ସପ୍ତାହକ ସଟଡାଉନ ଲାଗୁ ହେବନାହିଁ । ଯଦି କୌଣସି ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇବ ,ସେ ସମୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେଇପାରିବେ ବୋଲି ମାର୍ଗଦର୍ଶିକାରେ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.