ETV Bharat / city

ଆଜି ପବିତ୍ର ଶାମ୍ବଦଶମୀ: ପିଠା-ଘାଣ୍ଟ ତରକାରୀରେ ମହକୁଛି ଗାଁ ଠୁ ସହର

ଆଜି ପବିତ୍ର ଶାମ୍ବଦଶମୀ । ଏହି ଅବସରରେ ମା' ମାନେ ନିଜ ସନ୍ତାନମାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟ ପୂଜା କରିଥାନ୍ତି । ଏଥିସହ ରୋଗରୁ ମୁକ୍ତି ପାଇଁ ମଧ୍ୟ ଏହି ପୂଜାର୍ଚ୍ଚନା କରାଯାଇଥାଏ ।

celebrating sambadashami
ଆଜି ଶାମ୍ବଦଶମୀ
author img

By

Published : Jan 5, 2020, 9:17 AM IST

ଭୁବନେଶ୍ବର: ଆଜି ପବିତ୍ର ଶାମ୍ବଦଶମୀ । ପୌଷ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିକୁ ଶାମ୍ବଦଶମୀ ଭାବରେ ପାଳନ କରାଯାଇଥାଏ । ଏଭଳି ଏକ ପବିତ୍ର ଦିନରେ ମା' ମାନେ ନିଜ ସନ୍ତାନମାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟ ପୂଜା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଏହି ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ପର୍ବର ବିଶେଷତ୍ବ ହେଉଛି ଏହି ଦିନ ଆକାଶରେ ସୂର୍ଯ୍ୟ ଦେବତାଙ୍କ 3 ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ସକାଳ ସମୟରେ ପ୍ରଥମ ଧୂପ ହୁଏ । ଏହା ପରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବଢାଯାଇଥାଏ ।

ସେହିପରି ମଧ୍ୟାହ୍ନରେ ସୂର୍ଯ୍ୟଙ୍କୁ ଦ୍ବିତୀୟ ଧୂପ ଦିଆଯାଏ । ଏହା ଶାମ୍ବଦଶମୀର ମୁଖ୍ୟ ଧୂପ । ଯେଉଁଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟରେ । ଯେଉଁସମୟରେ ସୂର୍ଯ୍ୟ ଅସ୍ତଗାମୀ ହୁଅନ୍ତି । ଏଥିରେ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ଶାମ୍ବଦଶମୀ ତଥା ସୂର୍ଯ୍ୟ ପୂଜା ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଛି । ସକାଳୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇ କୋଣାର୍କରେ ପୂଜା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zdgbvDFgdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.