ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୯୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୮୩ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୪୦୧ ଜଣ ଥିବା ବେଳେ ୨୯୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । କିଛିଦିନ ପୂର୍ବରୁ ୫ଶହ ତଳକୁ ଦୈନିକ ସଂକ୍ରମଣ ଖସିଥିଲା ବେଳେ ଏବେ ପୁଣି ଏହା ୫ଶହ ଅତିକ୍ରମ କରିଛି ।
ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଜଣ ଥିବାବେଳେ ଅନୁଗୋଳରୁ ୬, ବାଲେଶ୍ବରରୁ ୩୦, ଭଦ୍ରକରୁ ୧୩, କଟକରୁ ୯୦, ଦେବଗଡ଼ରୁ ୧, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୫, ଯାଜପୁରରୁ ୩୯, ଝାରସୁଗୁଡାରୁ ୬, କଳାହାଣ୍ତିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୮, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୩, ପୁରୀ ୧୮, ରାୟଗଡ଼ାରୁ ୭, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୫ ଏବଂ ଷ୍ଟେଟ ପୁଲ୍ରୁ୭୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୧୨ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ