ETV Bharat / city

୨୪ ଘଣ୍ଟାରେ ପୁଣି କୋରୋନା ନେଲା ୮ ଜୀବନ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

୨୪ ଘଣ୍ଟାରେ ପୁଣି କୋରୋନା ନେଲା ୮ ଜୀବନ
୨୪ ଘଣ୍ଟାରେ ପୁଣି କୋରୋନା ନେଲା ୮ ଜୀବନ
author img

By

Published : Sep 11, 2021, 10:05 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଳ ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ତଳ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟ ୮ ହଜାର ୯୨କୁ ବୃଦ୍ଧି ପାଇଛି ।

ଆଜି କୋରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ଜଣେ ରହିଥିବା ବେଳେ କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ଜଣେ ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ କୋରୋନାରେ ପ୍ରାଣ ହରାଇଛନ୍ତି ।

ତେବେ ରାଜ୍ୟରେ ଆଜି ୬୩୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୧୬ ଜଣ ୧୮ ବର୍ଷ କମ୍ ଶିଶୁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୫ ହଜାର ୭୧୩ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୭୦୨୦ଟି ଆକ୍ଟିଭ କେଶ ରହିଛି । ମୋଟ ୧୦ ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.