ETV Bharat / city

ଆଜି ପହିଲି ରଜ, ପିଠାପଣାରେ ମହକୁଛି ପୁରପଲ୍ଲୀ

author img

By

Published : Jun 14, 2022, 7:35 AM IST

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ବର୍ଷର ଅପେକ୍ଷା ପରେ ପୁଣି ରଜ ଆସିଛି । ଆଜି ପହିଲି ରଜ ପାଳୁଛି ଓଡିଶା । ଏନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରା । ଅଧିକ ପଢନ୍ତୁ

today first raja-celebrated-in-odisha
ଆଜି ପହିଲି ରଜ, ପିଠାପଣାରେ ମହକୁଛି ପୁରପଲ୍ଲୀ

ଭୁବନେଶ୍ବର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ବର୍ଷର ଅପେକ୍ଷା ପରେ ପୁଣି ରଜ ଆସିଛି । ଆଜି (ମଙ୍ଗଳବାର) ପହିଲି ରଜ ପାଳୁଛି ଓଡିଶା । ଏନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରା । ପ୍ରତି ଘରେ ଜମିଛି ପିଠାମିଠାର ସମ୍ଭାର ଓ ଆନନ୍ଦର ଆସର । ପୋଡ ପିଠା ଓ ଖିଲି ପାନ ଖାଇ ଭଳିକି ଭଳି ନୂଆ ପୋଷାକ ପିନ୍ଧି ସଭିଏଁ ପାଳୁଛନ୍ତି ଗଣପର୍ବ ରଜ। ଅଳତା କୁଙ୍କୁମ ମେହୋନ୍ଦି ରଙ୍ଗ ଶୃଙ୍ଗାରରେ ସଜେଇ ହୋଇ ଦୋଳି ଖେଳି ରଜ ମଉଜ କରୁଛନ୍ତି ତରୁଣୀ ।

କୋରୋନା ପାଇଁ 2 ବର୍ଷ ଦେବ ରଜ ଫିକା ପଡିଥିଲା ହେଲେ ଚଳିତ ବର୍ଷ ଧୁମଧାମରେ ପାଳନ ହୋଇଛି ରଜ । ପାରମ୍ପରିକ ପର୍ବ ରଜ ସଜବାଜରୁ ଆରମ୍ଭ ହୁଏ । ତିନିଦିନ ପାଳନ ହୁଏ ଏହି ପର୍ବ । ଏହି 3ଦିନ ଚଷାପୁଅ ଚାଷକାମ ବନ୍ଦ ରଖିଥାନ୍ତି । ବିଶ୍ରାମ ନିଅନ୍ତି ଧରଣୀ ମା' । ଏହି ପର୍ବ ପାଳିବାକୁ ଗାଁ ମୁହାଁ ହୋଇଥାନ୍ତି ସହରବାସୀ । ଘରେ ବନ୍ଦୁବାନ୍ଦବଙ୍କ ଯିବା ଆସିବା ବି ଲାଗି ରହିଥାଏ । ଏହାକୁ ଏକ କୃଷିଭିତ୍ତିକ ପର୍ବ ବୋଲି ମଧ୍ୟ କୁହାଯାଏ ।

ଗାଁରେ ବାଉଁଶ ଦୋଳି ଓ ପିଢା ଦୋଳି ସାଙ୍ଗକୁ ଲୁଡୁ ଖେଳ । କେବଳ ଝିଅ ନୁହେଁ ପୁଅମାନେ ବି ସାମିଲ ହୁଅନ୍ତି ଏହି ପର୍ବରେ । ତାସ୍‌ ପାଲି ସାଙ୍ଗକୁ କବାଡି ଖେଳ ଏହି ପର୍ବକୁ ଆହୁରି ଜୀବନ୍ତ କରିଥାଏ । ଘରେ ଘରେ ଆନନ୍ଦ ଉତ୍ସାହରେ ପାଳିଥାନ୍ତି ଏହି ପର୍ବ । ଓଡିଆ ଘରର ପ୍ରତି ଝିଅ ଚାତକ ଭଳି ଅପେକ୍ଷା କରିଥାନ୍ତି ଏହି ପର୍ବକୁ । ଓଡିଶା ସଂସ୍କୃତିକୁ ବଜାୟ ରଖିବା ପାଇଁ ଭଳିକି ଭଳି ଶାଢୀ ଓ ପାରମ୍ପରିକ ପୋଷାକରେ ନିଜକୁ ସଜାଇଥାନ୍ତି ଯୁବତୀମାନେ । ଏହି ପର୍ବରେ ଝିଅଙ୍କୁ ଘରର କାମ କରିବା ପାଇଁ ପଡିନଥାଏ । ରଜ ଗୀତ, ରଜ ପାନ ଆଉ ରଜ ଗୀତରେ ଉଛୁଳି ପଡୁଛି ଗାଁ ଗଣ୍ଡା । ସକାଳର ସୂର୍ଯ୍ୟ ଉଦୟ ପରେ ଜମିଛି ରଜର ଆସର । ଖାଲି ସେତିକି ନୁହେଁ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆୟୋଜନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.