ETV Bharat / city

ଆଜି ରାଜ୍ୟରେ 11,059 ନୂଆ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

author img

By

Published : May 24, 2021, 9:03 AM IST

ରାଜ୍ୟରେ ଲକଡାଉନ ସତ୍ତ୍ବେ ସଂକ୍ରମଣରେ ଲାଗୁନି ବ୍ରେକ । ଆଜି(ସୋମବାର) ରାଜ୍ୟରେ ନୂଆ 11,059 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 11,059 ନୂଆ ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରେ 11,059 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ସତ୍ତ୍ବେ ପ୍ରତିଦିନ ପ୍ରାୟ 10 ହଜାର ଉପରେ ରହୁଛି ସଂକ୍ରମଣ । ତେବେ ଆଜି(ସୋମବାର) ରାଜ୍ୟରେ ନୂଆ 11 ହଜାର 59 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ 6193 ଓ ସ୍ଥାନୀୟ ସଂକ୍ରମଣରୁ 4866 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ 1133 କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 1010 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବନିମ୍ନ ଆକ୍ରାନ୍ତ 44 ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ଅନୁଗୋଳରୁ 859, ବାଲେଶ୍ବରରୁ 400, ବରଗଡ଼ରୁ 367, ଭଦ୍ରକରୁ 377, ବଲାଙ୍ଗୀରରୁ 166, ବୌଦ୍ଧରୁ 261, ଦେବଗଡ଼ରୁ 103, ଢେଙ୍କାନାଳରୁ 351, ଗଜପତିରୁ 67, ଗଞ୍ଜାମରୁ 155, ଜଗତସିଂହପୁରରୁ 330 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 864, ଝାରସୁଗୁଡାରୁ 228, କଳାହାଣ୍ଡିରୁ 407, କନ୍ଧମାଳରୁ 103, କେନ୍ଦ୍ରାପଡାରୁ 309, କେନ୍ଦୁଝରରୁ 200, କୋରାପୁଟରୁ 175, ମାଲକାନଗିରିରୁ 98, ମୟୂରଭଞ୍ଜରୁ 662, ନବରଙ୍ଗପୁରରୁ 322, ନୟାଗଡରୁ 246, ପୁରୀରୁ 430, ରାୟଗ଼ାରୁ 177, ସମ୍ବଲପୁରରୁ 379, ସୋନପୁରରୁ 204, ସୁନ୍ଦରଗଡ଼ରୁ 729 ଓ ଷ୍ଟେଟପୋଲରୁ 203 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 3 ହଜାର 441ରେ ପହଞ୍ଚିଥିବା ବେଳେ 1 ଲକ୍ଷ 11 ହଜାର 262 ସକ୍ରିୟ ମାମଲା ରହିଛି । ସେପଟେ 5ଲକ୍ଷ 89 ହଜାର 610 ଜଣ ସୁସ୍ଥ ହୋଇଛନ୍ତି । ତେବେ ଏଯାବତ ରାଜ୍ୟରେ 1 କୋଟି 13 ଲକ୍ଷ 75 ହଜାର 76ଟି ନମୁନାର କୋରୋନା ପରୀକ୍ଷଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.