ETV Bharat / city

ଆଜି ବିଶ୍ବ ପାଳୁଛି ‘ଶିଶୁ ଶ୍ରମିକ ବିରୋଧୀ ଦିବସ’ - ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ । ଶିଶୁ ଶ୍ରମିକ ରୋକିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ।

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ
ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ
author img

By

Published : Jun 12, 2020, 11:57 AM IST

ଭୁବନେଶ୍ବର: ଆଜି ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ । ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ଆନୁକୂଲ୍ୟରେ 2002ରୁ ପ୍ରତି ବର୍ଷ ଜୁନ 12 ରେ ଏହି ଦିବସ ପାଳିତ ହୋଇ ଆସୁଛି । ଏହି ଅବସରରେ ଶିଶୁ ଶ୍ରମିକ ରୋକିବା ଦିଗରେ ଅଧିକ କାର୍ଯ୍ୟ କରିବା ସହ ଶିଶୁମାନେ ଦେଶର ମୂଳଦୁଆ ଓ ଆମର ଭବିଷ୍ୟତ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ
ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ

ଓଡିଶାରେ ସମସ୍ତ ପ୍ରକାରର ଶିଶୁ ଶ୍ରମିକଙ୍କୁ ଶେଷ କରିବା ଏବଂ ଉଜ୍ଜ୍ବଳ ତଥା ସମୃଦ୍ଧ ହେବା ପାଇଁ ଏକ ଅନୁକୂଳ ଜଳବାୟୁ ସୃଷ୍ଟି କରିବାକୁ ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ପ୍ରତିଜ୍ଞା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ
ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ

ସେହିପରି ଶିଶୁ ଶ୍ରମିକ ବିରୋଧୀ ବିଶ୍ବ ଦିବସ ଅବସରରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରି କହିଛନ୍ତି ଯେ ପିଲାମାନେ ଆମ ଜାତିର ଭବିଷ୍ୟତ | ଆମ ପିଲାମାନଙ୍କୁ ଶିଶୁ ଶ୍ରମର ଦୁଷ୍ଟତାରୁ ରକ୍ଷା କରିବା ପାଇଁ ଆଜି ଏବଂ ପ୍ରତିଦିନ ନିଜକୁ ଉତ୍ସର୍ଗ କରିବା | 1098 ଡାଏଲ୍ କରନ୍ତୁ ଏବଂ ଶିଶୁ ଶ୍ରମ ବିରୁଦ୍ଧରେ କର୍ତ୍ତୃପକ୍ଷଙ୍କୁ ସତର୍କ କରାନ୍ତୁ । ଆସନ୍ତୁ ସଭିଏଁ ଏକତ୍ରିତ ହୋଇ ଶିଶୁ ଶ୍ରମକୁ ସମୂଳେ ନାସ କରିବା ଦିଗରେ କାର୍ଯ୍ୟ କରିବା ବୋଲି ଟ୍ବିଟ କରି କହିଛନ୍ତି ସ୍ମୃତି ଇରାନୀ ।

ଏପରି ଅନେକ ସ୍ଥାନରେ ଦେଖାଦେଇଛି ଯେ, ଅଭିଭାବକମାନେ ପରିସ୍ଥିତିରେ ପଡି ନିଜ ସନ୍ତାନକୁ ପଢାଇବା ପରିବର୍ତ୍ତେ କାମରେ ଲଗାଇଥାନ୍ତି । ଘରେ ହେଉ, କିମ୍ବା ବଡ ବଡ ଇଣ୍ଡଷ୍ଟ୍ରୀରେ ଶିଶୁ ଶ୍ରମିକ ଥିବା ଖବର ଅନେକ ବାର ସାମନାକୁ ଆସିଥାଏ । ଏହି ବେଆଇନ କାର୍ଯ୍ୟରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ବିଶ୍ବରେ ଏବେ ଶିଶୁ ଶ୍ରମିକ ସଂଖ୍ୟା ରହିଛି 22 କୋଟି । ଯେଉଁମାନଙ୍କର ବୟସ ରହିଛି 5 ରୁ 14 ବର୍ଷ । ସେହିପରି ଭାରତରେ ଏହି ବୟସର ଶିଶୁ ଶ୍ରମିକଙ୍କ ସଂଖ୍ୟା ରହିଛି ପ୍ରାୟ 50 ଲକ୍ଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.