ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଚିନ୍ତାରେ ଓଡିଶା । ପାଣିପାଗ ବିଭାଗର ପୁର୍ବାନୁମାନୁଯାୟୀ ଆସନ୍ତା 3ରେ ପୁରୀରେ ସ୍ଥଳଭାଗ ଛୁ୍ଇଁବ ବାତ୍ୟା । କିନ୍ତୁ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏହାର ପ୍ରଭାବ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିବ ।
ଆଇଏମଡି ରିପୋର୍ଟ ଅନୁସାରେ 6 ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡା ଓ କନ୍ଧମାଳରେ ଆଜିଠୁ ବର୍ଷାର ପ୍ରଭାବ ଦେଖାଯିବ । ତେବେ ପାଣିପାଗ ବିଭାଗ ଅନୁଯାୟୀ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଅଧିକ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ