ETV Bharat / city

ଦିନକରେ ରାଜ୍ୟରୁ 791 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 7, 2021, 10:13 AM IST

ରାଜ୍ୟରେ ଅଣାୟତ୍ତ କୋରୋନା । ଆଜି ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 147 ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ 791 ନୂତନ କୋରୋନା ଆକ୍ରାନ୍ତ
ଦିନକରେ ରାଜ୍ୟରୁ 791 ନୂତନ କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହେବାରେ ଲାଗିଛି । ଆଜି 791 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 459 ଓ ସ୍ଥାନୀୟ ଅଞ୍ଚଳରୁ 332 ଜଣ ରହିଛନ୍ତି । ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 147 ଚିହ୍ନଟ । ତା ପଛକୁ ଖୋର୍ଦ୍ଧାରୁ 118 ଟି ପଜିଟିଭ ମାମଲା ରହିଛି ।

ଅନୁଗୋଳ ଜିଲ୍ଲାରୁ 17, ବାଲେଶ୍ବରରୁ 6, ବରଗଡ 48, ଭଦ୍ରକ 10, ବଲାଙ୍ଗୀର 14, ବୌଦ୍ଧ 2, କଟକ 46, ଦେବଗଡ 1, ଢେଙ୍କାନାଳରୁ 3, ଗଞ୍ଜାମରୁ 9, ଜଗତସିଂହପୁରରୁ 9, ଯାଜପୁରରୁ 16, ଝାରସୁଗୁଡାରୁ 31 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ 38, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 1, କେନ୍ଦୁଝର 39, କୋରାପୁଟ 9, ମୟୂରଭଞ୍ଜ 24, ମାଲକାନଗିରି 2, ନବରଙ୍ଗପୁର 23, ନୟାଗଡ 7, ନୂଆପଡା 31, ପୁରୀ 43, ରାୟଗଡା 14, ସମ୍ବଲପୁର 45, ସୋନପୁର 7 ଜଣ ଆକ୍ରାନ୍ତ ମାମଲା ରହଛି । ଷ୍ଟେଟ ପୋଲ 27 ରହିଛି । ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3ଲକ୍ଷ 44 ହଜାର 647 ରେ ପହଞ୍ଚିଛି । ଏବେ ସକ୍ରିୟା 4255 କୁ ବୃଦ୍ଧି ପାଇଛି ।

ସେପଟେ, ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ସୀମାନ୍ତରେ ବଢୁଥିବା କୋରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମ ଓଡିଶା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ,ଆଜି ଠାରୁ କୋରୋନାକୁ ପୋଲିସର ଧରପଗଡ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 10 ଦିନ ଧରି ଚାଲିବ ସ୍ପେଶାଲ ଡ୍ରାଇଭ ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.