ETV Bharat / city

ଖସୁଛି ସଂକ୍ରମଣ: ଆଜି ରାଜ୍ୟରୁ 183 ଆକ୍ରାନ୍ତ ଚିହ୍ନଟ

author img

By

Published : Jan 4, 2021, 11:45 AM IST

ଦିନକରେ ପୁଣି ରାଜ୍ୟରୁ 183 ଜଣ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 30 ହାଜର 492ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ପୁଣି ରାଜ୍ୟରୁ 183 କୋରୋନା ଆକ୍ରାନ୍ତ
ଆଜି ପୁଣି ରାଜ୍ୟରୁ 183 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ପୁଣି କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 24 ଜିଲ୍ଲାରୁ 183 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 106 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 77 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ 24, ବାଲେଶ୍ୱରରୁ 2, ବରଗଡରୁ 9, ଭଦ୍ରକରୁ 2, ବଲାଙ୍ଗୀରରୁ 6, କଟକରେ 6, ଗଞ୍ଜାମରେ 5, ଜଗତସିଂହପୁରରୁ 5, ଯାଜପୁରରୁ 11, ଝାରସୁଗୁଡ଼ାରୁ 8 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 14, ମୟୂରଭଞ୍ଜରୁ 5, ସମ୍ବଲପୁରରୁ 10, ସୋନପୁରରୁ 2, ସୁନ୍ଦରଗଡରୁ 32, ଗଜପତିରୁ 2, ଦେବଗଡରୁ 1, ବୌଦ୍ଧରୁ 1, ନୂଆପଡାରୁ 10, ପୁରୀରୁ 6 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ଷ୍ଟେଟ ପୋଲରେ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର କୋରୋନାର ରିପୋର୍ଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 30 ହଜାର 492ରେ ପହଞ୍ଚିଛି । ସୁସ୍ଥ ହେଇଛନ୍ତି 3 ଲକ୍ଷ 26 ହଜାର 209 ଜଣ ଓ ଏବେ ବି 2 ହଜାର 345 ମାମଲା ସକ୍ରିୟ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7028873ଟି ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.