ETV Bharat / city

ରାଜ୍ୟରେ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି 18 ମୃତ - କୋରୋନା ମୃତ୍ଯୁ

ରାଜ୍ୟରେ ଗତ କିଛି ଦିନ ଧରି କୋରୋନା ସଂକ୍ରମିତ ମାମଲାରେ ହ୍ରାସ ପାଇବାରେ ଲାଗିଛି । ସେପଟେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ 24 ଘଣ୍ଟାରେ ପୁଣି 18 ଜଣଙ୍କୁ ପ୍ରାଣ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ରାଜ୍ୟରେ ବୃଦ୍ଧି ଘଟୁଛି ମୃତ୍ୟୁ ସଂଖ୍ୟା, ଆଜି 18 ଜଣଙ୍କ ମୃତ୍ୟୁ

author img

By

Published : Oct 12, 2020, 12:44 PM IST

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ଗଡିଲା 18 ମୁଣ୍ଡ । ମୋଟ ମୃତ୍ୟୁ ସଂଖ୍ୟା 1040 ରେ ପହଞ୍ଚିଛି ।

ବାଲେଶ୍ବରେ 55 ବର୍ଷର ମହିଳା ଓ 60 ଓ 64 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରେ 65 ବର୍ଷର ପୁରୁଷ ଓ 72 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ କଟକରେ 55 ବର୍ଷର ପୁରୁଷ 68 ବର୍ଷର ପୁରୁଷ 53 ବର୍ଷର ପୁରୁଷ ଓ 66 ବର୍ଷର ପୁରୁଷଙ୍କର ଜୀବନ ନେଇଛି କୋରୋନା ।

ଜଗତସିଂହପୁରରେ 60 ବର୍ଷର ପୁରୁଷ, ଯାଜପୁରରେ 85 ବର୍ଷର ପୁରୁଷ ଓ 28 ବର୍ଷର ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ରେ 40 ବର୍ଷର ମହିଳାଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜରେ 80 ବର୍ଷର ପୁରୁଷ , ନବରଙ୍ଗପୁର ରେ 55 ବର୍ଷର ପୁରୁଷ, ପୁରୀରେ 53 ବର୍ଷର ମହିଳାଙ୍କର ପ୍ରାଣ ଯାଇଛି । ସୁନ୍ଦରଗଡରେ 65 ବର୍ଷର ପୁରୁଷଙ୍କର ଓ ସୁନ୍ଦରଗଡରେ 39 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.