ETV Bharat / city

ଆଜି ବି ରାଜ୍ୟରେ 100 ପାର କୋରୋନା ସଂକ୍ରମଣ

author img

By

Published : Mar 22, 2021, 12:20 PM IST

ପୁଣି ବଢି ଚାଲିଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ 146 ନୂଆ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 146 ନୂଆ ପଜିଟିିଭ
ଆଜି 146 ନୂଆ ପଜିଟିିଭ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଦିନକୁ ଦିନ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଆଜି ରାଜ୍ୟରେ 146 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ 87ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 59ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହା ସହିତ ଅନୁଗୋଳରୁ 3ଜଣ, ବାଲେଶ୍ବରରୁ 4ଜଣ, ବରଗଡରୁ 3ଜଣ, ବଲାଙ୍ଗୀରରୁ 9ଜଣ, କଟକରୁ 25ଜଣ, ଗଞ୍ଜାମରୁ 5 ଜଣ ,ଜଗତସିଂହପୁରରୁ 3ଜଣ, ଯାଜପୁରରୁ 4ଜଣ, ଝାରସୁଗୁଡାରୁ 1, କଳାହାଣ୍ଡିରୁ 2ଜଣ, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 35ଜଣ, ମୟୂରଭଞ୍ଜରୁ 13ଜଣ, ନବରଙ୍ଗପୁରରୁ 1, ପୁରୀରୁ 2ଜଣ, ରୟଗଡାରୁ 2ଜଣ,ସମ୍ବଲପୁରରୁ 1,ସୁନ୍ଦରଗଡରୁ 12ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 8ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ 867ଟି ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ରାଜ୍ୟରେ 88ଲକ୍ଷ 14ହଜାର 159ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 38 ହଜାର 963ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । 3 ଲକ୍ଷ 36 ହଜାର 124 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ପୁଣି କୋରୋନା ଲେଉଟିବାରୁ ସର୍ତକତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.