ଭୁବନେଶ୍ବର: ରାଜ୍ୟରେ ଆଜି 14 ଜଣଙ୍କର ମୁଣ୍ଡ ନେଇଛି କୋରୋନା । ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି । ରାଜ୍ୟରେ କୋରୋନାରେ 1135 ଜଣଙ୍କର ମୃତ୍ୟୁ ଘଟିଲାଣି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରରେ 49 ବର୍ଷ, 52 ବର୍ଷ, 42 ବର୍ଷ ଓ 58 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । କଟକରେ 45 ବର୍ଷର ଓ 56 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।ମୟୂରଭଞ୍ଜରେ 49 ବର୍ଷର ପୁରୁଷ, ପୁରୀରେ 63 ବର୍ଷରେ ପୁରୁଷଙ୍କର ମୃତ୍ୟୁ ଘଟିଛି ।
ସେହିପର ଢେଙ୍କାନାଳରେ 44 ବର୍ଷ ର ମହିଳା ଜଗତସିଂହପୁର ରେ 63 ବର୍ଷର ପୁରୁଷ, ଜଗତସିଂହପୁର ରେ 46 ବର୍ଷର ମହିଳା କନ୍ଧମାଳ ରେ 65 ବର୍ଷର ବଲାଙ୍ଗୀରିରେ 65 ବର୍ଷର ପୁରୁଷ, ସମ୍ବଲପୁରରେ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1135 ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ