ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କମୁଛି କୋରୋନା ସଂକ୍ରମଣ। ସଞ୍ଜୀବନୀ ପହଁଞ୍ଚି ସାରିଥିବା ବେଳେ ସାଧାରଣଜନତାଙ୍କ ଚିନ୍ତା କିଛି ମାତ୍ରାରେ ଦୂର ହୋଇଛି। ତେବେ ଆଜି ଗୋଟିଏ ଦିନରେ ଦେଶରେ 134 କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କ୍ବାରେଣ୍ଟାଇନ ସେଣ୍ଟରରୁ 79 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 55 ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୋମବାର ଅନୁଗୋଳରୁ 5, ବାଲେଶ୍ବରରୁ 9,ବରଗଡରୁ 3 ଓ ବଲାଙ୍ଗୀରରୁ 3ଟି ପଜିଟିଭ୍,ବୌଦ୍ଧରୁ 2, କଟକରୁ 2,ଗଜପତିରୁ1,ଗଞ୍ଜାମରୁ 1,ଜଗତସିଂହପୁରରୁ 1,ଯାଜପୁରରୁ 7,ଝାରସୁଗୁଡାରୁ 12,କଳାହାଣ୍ଡିରୁ 1।
ସେହିପରି କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 3, ଖୋର୍ଦ୍ଧାରୁ 5,ମୟୂରଭଞ୍ଜରୁ 4, ନୂଆପଡାରୁ 11, ପୁରୀରୁ 16 ଓ ସମ୍ବଲପୁରରୁ 19 ଜଣ, ସୋନପୁରରୁ 2, ସୁନ୍ଦରଗଡରୁ 25 ପଜଟିଭ୍ ଚିହ୍ନଟ ହୋଇଛନ୍ତି।। ସୋମବାର ସୁସ୍ଥତା 228ରେ ପହଁଞ୍ଚିଥିବା ବେଳେ ଏବେ ସୁଦ୍ଧା 7402538 ଟେଷ୍ଟିଂ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ପଜିଟିଭ୍ 333444 ରହିଥିବା ବେଳେ ସୁସ୍ଥତା 329546 ଓ ଆକ୍ଟିଭ କେସ୍ 1944 ରହିଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ