ETV Bharat / city

ରାଜ୍ୟରେ ବଢୁନାହାଁନ୍ତି ବାଘ, କାରଣ କହିଲେ ବିଶେଷଜ୍ଞ - ବ୍ୟାଘ୍ର ଗଣନା ରିପୋର୍ଟ

ଆସିଛି ବ୍ୟାଘ୍ର ଗଣନା ରିପୋର୍ଟ-2019 । ଏବେ ରାଜ୍ୟରେ ମାତ୍ର 28 ବାଘ ଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 29, 2019, 6:01 PM IST

ଭୁବନେଶ୍ବର: ରାଜ୍ୟରେ ବଢୁନି ବାଘସଂଖ୍ୟା । ବାଘସଂଖ୍ୟା ବୃର୍ଦ୍ଧି ପାଇଁ କେତେକଣ କରାଯାଉଛି । ହେଲେ ଫଳ ଶୂନ । 2014ରେ ଯାହା, 2019ରେ ତାହା । ବ୍ୟାଘ୍ର ଗଣନା ରିପୋର୍ଟ-2019 ଠିକ ଏପରି କିଛି କହୁଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସିଛି ବ୍ୟାଘ୍ର ଗଣନା ରିପୋର୍ଟ-2019 । ରିପୋର୍ଟ ଅନୁଯାୟୀ ରାଜ୍ୟରେ ବାଘ ସଂଖ୍ୟା 28 । ଅନ୍ୟପଟେ ଦେଶରେ ଏହି ସଂଖ୍ୟା 29ଶହ ଉପରେ । ରେକର୍ଡ କରୁଛନ୍ତି ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ । କାହିଁକି ଓଡିଶାରେ ବଢୁନାହାଁନ୍ତି ବାଘ ? ବାଘଙ୍କ ପାଇଁ ଏକ ସୁସ୍ଥ ବାତାବରଣ ଯୋଗାଇ ଦେବାରେ କାହିଁକି ଫେଲ ମାରିଛି ଓଡିଶା ? ପୂର୍ବତନ PCCF ବିଜୟ କେତନ ପଟ୍ଟନାୟକଙ୍କ କହିବା କଥା ହେଲେ, କେବଳ ଶିମିଳିପାଳ ହିଁ ବାଘଙ୍କ ପାଇଁ ଉତ୍ତମ ବାତାବରଣ ହୋଇପାରିଛି । ସୁନାବେଢା, ସାତକୋଶିଆକୁ ବାଘଙ୍କ ପାଇଁ ସୁସ୍ଥ ବାତାବରଣ ହୋଇପାରିନାହିଁ । ଏହିସବୁ ଜଙ୍ଗଲ ଉପରେ ନିକଟସ୍ଥ ଗାଁ ଗୁଡିକର ଲୋକ ନିର୍ଭର କରୁଛନ୍ତି । ବାଘ ସହ ମଣିଷର ଏକ ସୁସ୍ଥ ସମ୍ପର୍କ ହୋଇପାରୁନାହିଁ । ଏସବୁ କ୍ଷେତ୍ରରେ ଆମକୁ ଗୁରୁତ୍ବ ଦେବାକୁ ପଡିବ ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

bijay ketan pattnaik ex-pccf
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.