ETV Bharat / city

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ରାଜ୍ୟରେ ତିବ୍ଦତୀୟଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା - ଓଡ଼ିଶା କୋଭିଡ ଖବର

ରାଜ୍ୟରେ ବାସ କରୁଥିବା ତିବ୍ଦତୀୟଙ୍କୁ ମଧ୍ୟ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ରାଜ୍ୟରେ ତିବ୍ଦତୀୟଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା

author img

By

Published : Aug 18, 2021, 10:52 PM IST

ଭୁବନେଶ୍ବର: ରାଜ୍ୟରେ ବାସ କରୁଥିବା ତିବ୍ଦତୀୟଙ୍କୁ ମଧ୍ୟ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାମାରୀ କୋରୋନା ବିରୋଧରେ ସଂଗ୍ରାମ ବିଜୟୀ ହେବାକୁ ଦେଶରେ ପ୍ରତ୍ୟେକଙ୍କୁ କୋଭିଡ ଟିକା ନେବାକୁ ପରାମର୍ଶ ଦେଉଛନ୍ତି ଉଭୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବାସ କରୁଥିବା ତିବ୍ଦତୀୟଙ୍କୁ ମଧ୍ୟ ଟୀକାକରଣରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ରାଜ୍ୟରେ ତିବ୍ଦତୀୟଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା
ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ରାଜ୍ୟରେ ତିବ୍ଦତୀୟଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ କୋଭିଡ ଟୀକା
ରାଜ୍ୟରେ ବାସ କରୁଥିବା ତିବ୍ଦତୀୟ ସମ୍ପ୍ରଦାୟର ଅନେକ ବ୍ୟକ୍ତି ସେମାନଙ୍କର ପ୍ରଥମ ଡୋଜ୍ ଟୀକା ପାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇ ନାହିଁ । ବର୍ତ୍ତମାନ ଜିଲ୍ଲା ଏବଂ ବ୍ଲକ ଓ ମ୍ୟୁନିସିପାଲ ସ୍ତରରେ ଥିବା ତିବ୍ଦତୀୟ ସମ୍ପ୍ରଦାୟ ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ଗାଇଡଲାଇନ ଅନୁଯାୟୀ ଠିକ୍ ଭାବରେ ଦ୍ୱିତୀୟ ଡୋଜ ଟୀକାକରଣ ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛି ପ୍ରଶାସନ । ସେପଟେ ବୁଧବାର ୮୪୫ ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.