ETV Bharat / city

24 ଘଣ୍ଟାରେ କାଳବୈଶାଖୀ, 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : May 7, 2021, 9:29 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ 18 ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଓ୍ବାର୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ....

କାଳବୈଶାଖୀ ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାମିପାଗ ବିଭାଗ । ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀର ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତାକାଲି(ଶନିବାର) ସକାଳ ସୁଦ୍ଧା ୧୮ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏସବୁ ଜିଲ୍ଲାଗୁଡିକରେ ଗଛଲତା ଓ ଫସଲ ସାମାନ୍ୟ କ୍ଷତିଗ୍ରସ୍ତ ହେବା ସହ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା ଲମତାପୁଟରେ ସର୍ବାଧିକ ୫୭.୨ ମିମି ବର୍ଷା ରେକର୍ଡ ହୋଇଛି । ଯୋଡ଼ାରେ ୩୬.୪ ମିମି, ଚମ୍ପୁଆରେ ୩୩.୪ ମିମ, କୋରାପୁଟ ନନ୍ଦପୁରରେ ୨୯.୦ ମିମି ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୦.୮ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଟିଟିଲାଗଡ଼ରେ ୪୦.୦, ବୌଦ୍ଧରେ ୪୦.୦, ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.