ଭୁବନେଶ୍ବର: ଦିନକୁ ଦିନ ବଢୁଛନ୍ତି ନନ୍ଦନକାନନରେ ପର୍ଯ୍ୟଟକ । ଆଜି ମଧ୍ୟାହ୍ନରେ ସିମ୍ପାଜି ଖୁଆଡ଼ ଅଞ୍ଚଳରେ ଥିବା ଏକ ଗଛରେ ମହୁମାଛି ବସା ବାନ୍ଧିଥିବାବେଳେ କୌଣସି କାରଣରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ।
ଯାହାକୁ ନେଇ 3 ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 3 ଜଣଙ୍କ ମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏଭଳି ଖୋଲା ଭାବରେ ମହୁମାଛି ବସାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ