ETV Bharat / city

ଦୀପ ତଳ ଅନ୍ଧାର, ସ୍ବାସ୍ଥ୍ୟ ସଚିବଙ୍କ ବାସଭବନ ସମ୍ମୁଖରେ ଉପାସରେ ପଡିଛନ୍ତି ତିନିପ୍ରାଣୀ

ଦୀପ ତଳ ଅନ୍ଧାର । ସରକାର ଗରିବଙ୍କୁ ଲକ୍‌ଡାଉନ୍‌ ସମୟରେ ଖାଇବାକୁ ଦେଉଥିବା କହୁଥିବାବେଳେ ଖୋଦ୍‌ ସ୍ବାସ୍ଥ୍ୟ ସଚିବଙ୍କ ଘର ସମ୍ମୁଖରେ ଉପାସରେ ପଡିଛନ୍ତି ତିନିପ୍ରାଣୀ । ଅଧିକ ପଢନ୍ତୁ...

author img

By

Published : Apr 12, 2020, 8:41 PM IST

Health Secretary's house
ଦୀପ ତଳ ଅନ୍ଧାର, ସ୍ବାସ୍ଥ୍ୟ ସଚିବଙ୍କ ଘର ସମ୍ମୁଖରେ ଉପାସରେ ପଡିଛନ୍ତି ତିନିପ୍ରାଣୀ

ଭୁବନେଶ୍ବର: ଦୀପ ତଳ ଅନ୍ଧାର । ସରକାର ଗରିବଙ୍କୁ ଲକ୍‌ଡାଉନ୍‌ ସମୟରେ ଖାଇବାକୁ ଦେଉଥିବା କହୁଥିବାବେଳେ ଖୋଦ୍‌ ସ୍ବାସ୍ଥ୍ୟ ସଚିବଙ୍କ ଘର ସମ୍ମୁଖରେ ଉପାସରେ ପଡିଛନ୍ତି ତିନିପ୍ରାଣୀ । ହେଲେ କାହାର ନିଘା ନାହିଁ । ଅନେକ ଲୋକ ସେମାନଙ୍କ ପାଖକୁ ଆସୁଛନ୍ତି, ହେଲେ ଖାଲି ଦେଇଯାଉଛନ୍ତି ପୁଳାପୁଳା ଆଶ୍ବାସନା । କିନ୍ତୁ ମିଳୁନି ଖାଦ୍ୟ । ତେବେ ନିକଟରେ ଥିବା ପୋଲିସ କର୍ମୀ ନିଜ ଖାଦ୍ୟରୁ ଯାହା ଯେତିକି ଦିଅନ୍ତି ସେତିକି ହିଁ ତିନି ପ୍ରାଣୀଙ୍କ ଭୋକ ମେଣ୍ଟାଉଥିବାବେଳେ ଯେବେ ନଦିଅନ୍ତି ସେବେ ପାଣି ପିଇ ରହିବା ସାର ହୁଏ ।

ତେବେ ରାଜୁ ବେହେରା ଓ ତାଙ୍କ ପରିବାର ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ରାଜୁର ହାତଭାଙ୍ଗିଥିବାରୁ ଦେଖାଇବା ଲାଗି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ସେଠାରେ ରାଜୁ ଆଡମିଟ୍‌ ମଧ୍ୟ ହୋଇଥିଲା । ମାର୍ଚ୍ଚ 23 ତାରିଖ ଦିନ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଲେ । ହେଲେ ଏବେ ଗଲେ କୋରୋନା ଭୟରେ ଗାଁରେ ପୂରାଇ ନଦେବା ଡରରେ ସେମାନେ ରାଜଧାନୀରେ ହିଁ ରହିଥିଲେ । ଘର ନଥିବାରୁ ଭୋକ ଉପାସରେ ଏଠି ସେଠି ରହିବା ପରେ ଶେଷରେ ଅନେକ ଦିନ ହେବ ସ୍ବାସ୍ଥ୍ୟ ସଚିବଙ୍କ ବାସଭବନ ସାମ୍ନାରେ ଆସି ରହିଛନ୍ତି । କାଳେ ଏଠାରେ ତାଙ୍କୁ ଖାଇବାକୁ ମିଳିଯିବ ସେହି ଆଶାରେ ଏଠାରେ ପଡିରହିଛନ୍ତି ।

ହେଲେ ଏଠାରେ ସମସ୍ତେ ଦେଖୁଛନ୍ତି, ଆଶ୍ବାସନା ବି ଦେଉଛନ୍ତି ହେଲେ ଖାଇବାର ନା ରହିବାର ବ୍ୟବସ୍ଥା କେହି କରୁନଥିବା ସେମାନେ କହିଛନ୍ତି । ତେବେ ଲକ୍‌ଡାଉନ୍‌ ସମୟରେ କେହି ଭୋକ ଉପାସରେ ରହିବେ ନାହିଁ ବୋଲି ସରକାର କହୁଥିବାବେଳେ ଖୋଦ୍‌ ସ୍ବାସ୍ଥ୍ୟ ସଚିବଙ୍କ ବାସଭବନ ସାମ୍ନାର ଏଦୃଶ୍ୟ କିଛି ଅଲଗା ବୟାଏ କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.