ଭୁବନେଶ୍ବର: ଅଷ୍ଟମ ଦିନରେ ପହଞ୍ଚିଛି ଓଡିଶା ମହିଳା ଫୁଟବଲ ଲିଗ । ଶନିବାର କଳିଙ୍ଗ ଷ୍ଟାଡିୟମ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଲିଗର 3ଟି ମ୍ୟାଚ ଅନୁଷ୍ଠିତ ହୋଇଛି ।
କ୍ୟାପିଟାଲ ହାଇସ୍କୁଲ ଗ୍ରାଉଣ୍ଡରେ ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ସାଇ ଏସ ଟି ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରାଇଜିଙ୍ଗ ଷ୍ଟୁଡେଣ୍ଟ 1-0ରେ ମ୍ୟାଚ ଜିତି ନେଇଛି । ସେହିପରି ଅପରାହ୍ନରେ ଏକା ଗ୍ରାଉଣ୍ଡରେ ଓଡିଶା ପୋଲିସ ଓ ଓଜିପି ମଧ୍ୟରେ ମ୍ୟାଚ ହୋଇଥିଲା । ଓଡିଶା ପୋଲିସ ଉକ୍ତ ମ୍ୟାଚକୁ 1-0 ଗୋଲରେ ଜିତି ନେଇଛି ।
ଏହା ପରେ କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ କୋଷ୍ଟ ରେଲୱେ ଓ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ଇଷ୍ଟ କୋଷ୍ଟ ରେଲୱେ 1-0 ଗୋଲରେ ବିଜୟ ଲାଭ କରିଛି। ଅନୁଷ୍ଠିତ ମ୍ୟାଚରେ ଓଜିପିର ଜଣେ କ୍ରୀଡ଼ାବିତଙ୍କ ହାତ ଭାଙ୍ଗି ଯିବାରୁ ତାଙ୍କୁ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। 3ଟି ଯାକ ମ୍ୟାଚରେ ସମ୍ପୂର୍ଣ୍ଣ 3ଟି ଗୋଲ ସ୍କୋର ହୋଇଥିବା ଜଣାପଡିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ