ETV Bharat / city

ରାଜଧାନୀରେ ଡ୍ରାଇଭରଙ୍କ ବିଶାଳ ରାଲି, ପେନସନ ସହ ଦାବି କଲେ ସାମାଜିକ ସୁରକ୍ଷା - ଓଡିଶା ଡ୍ରାଇଭର ମହାସଙ୍ଘ

ଦାବି ପୂରଣ ପାଇଁ ସମ୍ବଲପୁରରୁ ଭୁବନେଶ୍ବର ଚାଲି ଚାଲି ଆସିଲେ ଚାଳକ । ଡ୍ରାଇଭର ମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି କରି ସମ୍ବଲପୁରକୁ ୧୦୦୦ ୧୦୦୦ ସଂଖ୍ୟାରେ ଡ୍ରାଇଭର ଚାଲି ଚାଲି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ନେଇ ପ୍ରଦିବାଦ

author img

By

Published : Oct 29, 2021, 12:20 PM IST

Updated : Oct 29, 2021, 2:22 PM IST

ଭୁବନେଶ୍ବର: ରାଜରାସ୍ତାରେ ହଜାର ହଜାର ଡ୍ରାଇଭରଙ୍କ ପ୍ରତିବାଦ । ଦାବି ପୂରଣ ପାଇଁ ସମ୍ବଲପୁରରୁ ଭୁବନେଶ୍ବର ଚାଲି ଚାଲି ଆସିଲେ ଚାଳକ । ଡ୍ରାଇଭର ମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି କରି ସମ୍ବଲପୁରରୁ ୧୦୦୦ ୧୦୦୦ ସଂଖ୍ୟାରେ ଡ୍ରାଇଭର ଚାଲି ଚାଲି ପ୍ରତିବାଦ କରିଛନ୍ତି । ଭୁବନେଶ୍ବର ନବୀନ ନିବାସ ଅଭିମୁଖେ ଓଡିଶା ଡ୍ରାଇଭର ମହାସଙ୍ଘ ।

ରାଜଧାନୀରେ ଡ୍ରାଇଭରଙ୍କ ବିଶାଳ ରାଲି

ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରି ନାହାନ୍ତି ସରକାର । କୋରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ମିଳିନାହିଁ । ଦାବି ପୂରଣ ଲାଗି ଷ୍ଟିଅରିଂ ଛାଡ଼ି ଆଜି ସକାଳୁ ସକାଳୁ ନବୀନ ନିବାସ ମୁହାଁ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ ବ୍ୟବସ୍ଥା । ରସୁଲଗଡ଼, ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ନବୀନ ନିବାସ ଅଭିମୁଖେ ଯାଇଛନ୍ତି । କୋଣ ଅନୁକୋଣରୁ ଡ୍ରାଇଭର ଏକାଠି ହୋଇ ନବୀନ ନିବାସ ଘେରାଉ କରିଛନ୍ତି । ଲୋଏର ପିଏମଜି ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଡ୍ରାଇଭର ମହାସଂଘର ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟାମନ୍ତ୍ରୀଙ୍କୁ ଭେଟିଛନ୍ତି । ଦାବି ସମ୍ପର୍କରେ ଜଣାଇଛନ୍ତି ।

ରାଜଧାନୀରେ ଡ୍ରାଇଭରଙ୍କ ବିଶାଳ ରାଲି

ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱର ମୁହାଁ ହୋଇଥିଲେ। ଏହାପରେ ଆଜି ରାଜଧାନୀରେ ଡ୍ରାଇଭର ପହଞ୍ଚିବା ପରେ ନବୀନ ନିବାସ ନିବାସ ମୁହାଁ ହୋଇଛନ୍ତି । ଦାବି ମୁତାବକ, କୋରୋନା କାଳରେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ତାଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇନଥିଲା । ତୁରନ୍ତ ଦାବି ପୂରଣ କରିବାକୁ ସ୍ଲୋଗାନ ଦେଇଛନ୍ତି । ଇନ୍ସୁରାନ୍ସ ଓ ସାମାଜିକ ସୁରକ୍ଷା ଦିଆଯିବା ନେଇ ଦାବି ହୋଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦେବା ସହିତ ଇନ୍ସୁରାନ୍ସ ଦାବି ଜିଦରେ ଅଟଳ ରହିଛି ସଂଘ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ସଞ୍ଜୀବ ରାୟ ,ଇଟିଭି ଭାରତ

Last Updated : Oct 29, 2021, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.