ଭୁବନେଶ୍ବର: ଆଗକୁ ଆସୁଛି ବର୍ଷା ଋତୁ । ତେବେ ଏବର୍ଷ ମୌସୁମୀ ଡେରିରେ ଛୁଇଁବ ଓଡିଶା । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ।
![this year monsoon will come late to Odisha](https://etvbharatimages.akamaized.net/etvbharat/prod-images/od-bbs-02-weather-monsoon-7204861_15042020200256_1504f_1586961176_240.png)
ତେବେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ବର୍ଷା ସାଧାରଣ ହେବ । ରାଜ୍ୟକୁ ମୌସୁମୀ ୩ରୁ ୪ ଦିନ ବିଳମ୍ବରେ ଆସିବ ।
![this year monsoon will come late to Odisha](https://etvbharatimages.akamaized.net/etvbharat/prod-images/od-bbs-02-weather-monsoon-7204861_15042020200256_1504f_1586961176_49.png)
ଜୁନ ୧୩ ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି ।
![this year monsoon will come late to Odisha](https://etvbharatimages.akamaized.net/etvbharat/prod-images/od-bbs-02-weather-monsoon-7204861_15042020200256_1504f_1586961176_49.png)
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ