ETV Bharat / city

ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ

author img

By

Published : Aug 18, 2021, 8:07 PM IST

ଚାଷ କ୍ଷେତ୍ରରେ ଚାଷୀଙ୍କୁ ହେବନି ପାଣି ସମସ୍ୟା । ଏନେଇ ଜଳ ସମ୍ପଦ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ସେଚକୂପ । ଅଧିକ ପଢନ୍ତୁ...

ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ
ଚଳିତବର୍ଷ ରାଜ୍ୟରେ ଆଉ ୧୮ ହଜାର ସେଚକୂପ ଓ ୧୫୪୪ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ

ଭୁବନେଶ୍ବର: ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି (ବୁଧବାର) ରାଜ୍ୟରେ ଗଭୀର ସେଚକୂପ ଏବଂ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିସି ଜରିଆରେ ଏହି ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଅଦ୍ୟାବଧି ୮୫୦୦୦ରୁ ଅଧିକ ଗଭୀର ସେଚକୂପ ଖୋଳାଯାଇଛି ।

  • 𝟴𝟱,𝟬𝟬𝟬 𝗽𝗹𝘂𝘀 𝗯𝗼𝗿𝗲𝘄𝗲𝗹𝗹𝘀 𝘀𝗼 𝗳𝗮𝗿 𝘂𝗻𝗱𝗲𝗿 𝗕𝗞𝗩𝗬,𝟭𝟴,𝟬𝟬𝟬 𝗺𝗼𝗿𝗲 𝗯𝗼𝗿𝗲𝘄𝗲𝗹𝗹𝘀 𝗮𝗻𝗱
    𝟭𝟱𝟰𝟰 𝗖𝗟𝗜𝗣𝗦 𝘁𝗵𝗶𝘀 𝘆𝗲𝗮𝗿.

    Monthly review on Lift Irr. Scheme by Principal Secretary DoWR, Mrs Anu Garg with Mrs Archana Patnaik, MD OLIC and Team. pic.twitter.com/ZF1AF4xhMx

    — 𝔻𝕖𝕡𝕥𝕥. 𝕠𝕗 𝕎𝕒𝕥𝕖𝕣 ℝ𝕖𝕤𝕠𝕦𝕣𝕔𝕖𝕤 (@OdishaWater) August 18, 2021 " class="align-text-top noRightClick twitterSection" data=" ">

ତେବେ ଚଳିତବର୍ଷ ଆଉ ଅଧିକ ୧୮୦୦୦ ସେଚକୂପ ଖୋଳାଯିବ ବୋଲି ବିଭାଗୀୟ ସଚିବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚଳିତ ବର୍ଷ ୧୫୪୪ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବୈଠକରେ ଓଡିଶା ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଜଳ ସଂପଦ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ଓଏଲଆଇସି), ବିଭାଗୀୟ ଅନ୍ୟ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.