ETV Bharat / city

'ଚଳିତ ବର୍ଷ 56 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି' - ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗ

ଧାନ ମଣ୍ଡି ସମସ୍ୟା ଓ ଟୋକନ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା । କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଚାଷୀଙ୍କ ନାମରେ ଏପରି ଆନ୍ଦୋଳନ କରୁଛନ୍ତି ।

'ଚଳିତ ବର୍ଷ 56 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି'

author img

By

Published : Dec 5, 2020, 2:43 PM IST

ଭୁବନେଶ୍ବର: ଧାନ ମଣ୍ଡି ସମସ୍ୟା ଓ ଟୋକନ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା । କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଚାଷୀଙ୍କ ନାମରେ ଏପରି ଆନ୍ଦୋଳନ କରୁଛନ୍ତି । ଚଳିତ ବର୍ଷ 56 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 68 ହଜାର 110 ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ।

'ଚଳିତ ବର୍ଷ 56 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି'

71 ହଜାର 744 ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି । 570 କୋଟି ପ୍ରଦାନ କରାଯାଇଛି । 16ଟି ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବାକି 14 ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଛି । ଯେଉଁ ପଞ୍ଜିକୃତ ଚାଷୀମାନଙ୍କ ପାଖକୁ ଟୋକନ ଯାଇ ନାହିଁ ସେମାନଙ୍କ ପ୍ଲଟ, ବ୍ୟାଙ୍କ ଆକାଉଣ୍ଟ, ଆଧାର, ଜଳ ସେଚିତ ଜମିର ଯାଞ୍ଚ ପ୍ରକ୍ରିୟା ସରିବା ପରେ ଯୋଗାଇ ଦିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.