ETV Bharat / city

ଦେଶ ପାଇଁ ବାର୍ତ୍ତା: 'ୱାନ ନେସନ ୱାନ ଫ୍ଲାଗ'

ସ୍ବାଧୀନତା ଦିବସରେ 'ବନ୍ଦେ ମାତରମ ଅନୁଷ୍ଠାନ' ସଦସ୍ୟ ମାନଙ୍କ ଖାସ ପ୍ରୟାସ । ଖାସ୍ କରି ସ୍ବାଧୀନତା ଦିବସ ହେଉ ବା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲୋୟର ପିଏମଜିରେ ପହଞ୍ଚିଯାନ୍ତି ସେମାନେ । ଆଉ ମୁଖ୍ୟ ଉଦ୍ଦେଶ୍ୟ ଥାଏ ପଥପ୍ରାନ୍ତ ନାଟକ ଜରିଆରେ ତ୍ରିରଙ୍ଗା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 14, 2019, 12:59 PM IST

Updated : Aug 15, 2019, 2:29 PM IST

ଭୁବନେଶ୍ବର: ଲୋୟର ପିଏମଜିରେ ଚାଲିଛି ସ୍ବାଧୀନତା ଦିବସର ସେଲିବ୍ରେସନ । ହାତରେ ତ୍ରିରଙ୍ଗା, ମୁଣ୍ଡରେ ତ୍ରିରଙ୍ଗା, ମୁହଁରେ ତ୍ରିରଙ୍ଗା, ଛାତିରେ ତ୍ରିରଙ୍ଗା, ତିନି ରଙ୍ଗର ଶାଢି ଓ କୁର୍ତ୍ତାରେ ସଜେଇ ହୋଇଛି ସାରା ଶରୀର । ରାଜଧାନୀ ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏମାନେ ଥିଲେ 'ବନ୍ଦେ ମାତରମ ଅନୁଷ୍ଠାନ'ର ସଦସ୍ୟ । ଖାସ୍ କରି ସ୍ବାଧୀନତା ଦିବସ ହେଉ ବା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲୋୟର ପିଏମଜିରେ ପହଞ୍ଚିଯାନ୍ତି ଏମାନେ । ପଥପ୍ରାନ୍ତ ନାଟକ ଜରିଆରେ ତ୍ରିରଙ୍ଗା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥାଏ ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କିପରି ଏକ୍ ହୋଇ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସକୁ ଅନ୍ୟ ଛୁଟିଦିନ ପରି ପାଳିବେ ସେ ନେଇ ଲୋକଙ୍କୁ ବାଣ୍ଟନ୍ତି ବାର୍ତ୍ତା । ଚଳିତବର୍ଷ ସେମାନଙ୍କର ବାର୍ତ୍ତା ରହିଛି 'ୱାନ ନେସନ ୱାନ ଫ୍ଲାଗ'। ଯାହାକୁ ନେଇ ୩୭୦ ଉଚ୍ଛେଦକୁ ସମର୍ଥନ କରି ପାଳିଛନ୍ତି ।

ତେବେ ଏହି ସଦସ୍ୟଙ୍କ ଭିତରେ ପ୍ରହଲାଦ ଜଣେ ସଦସ୍ୟ ଅଛନ୍ତି । ପେସାରେ ଜଣେ ସେ ରିକ୍ସା ଚାଳକ । ଘର ବାଲେଶ୍ବରର ବାହାନଗା ବ୍ଲକର ଖରିଦା ଗାଁ । ରାଜଧାନୀରେ ରହି ନିଜର ବୃତ୍ତି ସହ ରୁଚି ରଖୁଥିବା ପ୍ରହଲାଦଙ୍କୁ ପିଲାଟି ଦିନୁ ତ୍ରିରଙ୍ଗା ପ୍ରତି ଥିବା ପ୍ରେମ ପ୍ରତ୍ୟେକ ବର୍ଷ ଟାଣି ଆଣେ ଏଠାକୁ ।

କେବଳ ସିଏ ଏକା ନୁହଁନ୍ତି ତାଙ୍କ ସହିତ ସାଥ ଦିଅନ୍ତି ତାଙ୍କ ପୁଅ ତ୍ରିରଙ୍ଗା ପ୍ରିୟଦର୍ଶନ । ସେହିପରି ଅନ୍ୟତମ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ଦେଶପ୍ରେମରେ ବିଭୋର ହୋଇ ନିଜର ଝିଅ ନାଁ ରଖିଛନ୍ତି ଇଣ୍ଡିଆନ୍ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ତ୍ରିରଙ୍ଗା ପାଇଁ ପାଗଳ,
ଲୋୟର ପିଏମଜିରେ ସେଲିବ୍ରେସନBody:()ହାତରେ ତ୍ରିରଙ୍ଗା,ମୁଣ୍ଡରେ ତ୍ରିରଙ୍ଗା,ମୁହଁରେ ତ୍ରିରଙ୍ଗା,ଛାତିରେ ତ୍ରିରଙ୍ଗା, ତ୍ରିରଙ୍ଗାର ତିନି ରଙ୍ଗର ଶାଢି ଓ କୁରତାରେ ସଜେଇ ହୋଇଥିଲେ ସାରା ଶରିର। ଏ ଦୃଷ୍ଯ ଥିଲା ରାଦଧାନୀ ଲୋୟର ପିଏମଜିର।ଏମାନେ ଥିଲେ ବନ୍ଦେ ମାତରମ ଅନୁଷ୍ଠାର ସଦସ୍ଯ।ଖାସ କରି ସ୍ବାଧିନତା ଦିବସ ,ସାଧାରଣ ତନ୍ତ୍ର ଦିବସ ଆସିଲେ ଲୋୟର ପିଏମଜି ରେ ପହଁଚିଯାନ୍ତି ଏମାନେ ।ପଥପ୍ରାନ୍ତ ନାଟକ ଜରିଆରେ ତ୍ରିରଙ୍ଗା ସମ୍ପର୍କରେ ଲୋକଂକୁ ସଚେତନ କରିବା ଏମାନଂକ ଥାଏ ମୁଖ୍ଯ ଉଦେଶ୍ଯ। ଜାତି ଧର୍ମ ବର୍ଣ୍ଣ ନିର୍ବି ଶେଷରେ ସମସ୍ତେ କିପରି ଏକ ହୋଇ ସ୍ବାଧନତା ଦିବସ ଓ ସାଧାରଣତନ୍ତ୍ର ଦିବସକୁ ଅନ୍ଯ ଛୁଟିଦିନ ପରି ପାଳିବେ ସେ ନେଇ ଲୋକଂକୁ ବାଣ୍ଟନ୍ତି ବାର୍ତା।ଚଳିତ ବର୍ଷ ସେମାନଙ୍କର ବାର୍ତା ରହିଛି ୱାନ ନେସନ ୱାନ ଫ୍ଲାଗ।ଯାହାକୁ ନେଇ ଏକାଠି ହୋଇପାଳିଛନ୍ତି ୩୭୦ ଉଛେଦକୁ ସମର୍ଥନ।
ବାଇଟ-ତ୍ରିରଙ୍ଗା ପ୍ରିୟଦର୍ଶନ
()ପ୍ରହଲାଦ ପେସାରେ ଜଣେ ରିକସା ଚାଳକ ,ଘର ବାଲେଶ୍ବରର ବାହାନଗା ବ୍ଲକର ଖରିଦା ଗାଁ।ରାଜଧାନିରେ ରହି ନିଜର ବୃତି ସହ ରୁଚି ରଖୁଥିବା ପ୍ରହଲାଦଂକୁ ପିଲାଟି ଦିନୁ ତ୍ରିରଙ୍ଗା ପ୍ରତିଥିବା ପ୍ରେମ ପ୍ରତ୍ଯକ ବର୍ଷ ଟାଣି ଆଣେ ଏଠାକୁ।କେବଳ ସିଏ ଏକା ନୂହଁନ୍ତି ତାଙ୍କ ସହିତ ସାଥ ଦିଅନ୍ତି ତାଂକ କୁନି ଝିଅ ପୁଅ ତ୍ରିରଙ୍ଗା ପ୍ରିୟଦର୍ଷନ।ସେହିପରି ଅନ୍ଯତମ ସଦସ୍ଯ ପୁର୍ଣ୍ଣଚନ୍ଦ୍ର ସାହୁ ଦେଶପ୍ରେମରେ ବିଭୋର ହୋଇ ନିଜର ଝିଅ ନା ଁ ରଖିଛନ୍ତି ଇଣ୍ଡିଆ।
ବାଇଟ-ପ୍ରହଲାଦ ନାୟକ
ବାଇଟ-ପୁର୍ଣ୍ଣଚନ୍ଦ୍ର ସାହୁ (ଦାଢିଆ)

Conclusion:
Last Updated : Aug 15, 2019, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.