ETV Bharat / city

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ, ଆସିବ ନୂଆ ଏସଓପି

author img

By

Published : Apr 22, 2021, 4:24 PM IST

ମେ 1 ତାରିଖରୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରାଯିବ । ଏନେଇ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ, ଆସିବ ନୂଆ ଏସଓପି
ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ, ଆସିବ ନୂଆ ଏସଓପି

ଭୁବନେଶ୍ବର: ଆସନ୍ତା ମେ 1 ତାରିଖରୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରାଯିବ । ଏନେଇ ରାଜ୍ୟ ସରକାର ଏକ ଏସଓପି ଜାରି କରିବେ । ରାଜ୍ୟରେ 18 ବର୍ଷରୁ 45 ବର୍ଷ ମଧ୍ୟରେ 42 ପ୍ରତିଶତ ଲୋକ ଅଛନ୍ତି । ଏଣୁ ଟୀକାକରଣ କେନ୍ଦ୍ର ମଧ୍ୟ ବୃଦ୍ଧି କରାଯିବ । ତେବେ ରାଜ୍ୟ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ବର୍ତ୍ତମାନ ରାଜ୍ୟରେ 1500 ଟିକାକେନ୍ଦ୍ର ରହିଥିବାବେଳେ ଆଗାମୀ ଦିନରେ ଏହାକୁ ଆହୁରି ବଢ଼ାଯିବ । ଟିକା ଦର କେତେ ଧାର୍ଯ୍ୟ ହେବ, ସେନେଇ ଉତ୍ପାଦନକାରୀ କମ୍ପାନୀକୁ କ୍ଷମତା ଦିଆଯାଇଛି । ସରକାରଙ୍କ ସହଯୋଗରେ ଘରୋଇ ହସ୍ପିଟାଲରେ ଟୀକାକରଣ ଚାଲିଛି । ହେଲେ ମେ 1 ରୁ କେନ୍ଦ୍ର ସରକାର ଆଉ ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ କରିବେ ନାହିଁ । ଘରୋଇ ହସ୍ପିଟାଲ ସିଧାସଳଖ ଭାବେ କମ୍ପାନୀ ଠାରୁ କିଣିବେ । ଅନ୍ୟପଟେ ରାଜ୍ୟରେ ଟୀକାକରଣ ପାଇଁ ଅଧିକ ସେସନ ସାଇଟ କରାଯିବ । ଅନଲାଇନ ଓ ସ୍ପଟ ପଞ୍ଜିକରଣ କରାଯିବ ।

ବୁଧବାର ରାଜ୍ୟର 889ଟି କେନ୍ଦ୍ରରେ 1 ଲକ୍ଷ 2 ହଜାର 407 ଜଣଙ୍କୁ ଟୀକା ଦିଆଯାଇଛି । ରାଜ୍ୟରେ ସମୁଦାୟ 53 ଲକ୍ଷ 59 ହଜାର 794 ଟୀକାକରଣ ହୋଇଛି । ଆଜି ରାଜ୍ୟରେ 750ଟି କେନ୍ଦ୍ରରେ ଟୀକାକରଣ ଚାଲିଛି । ଏବେ ରାଜ୍ୟରେ 2 ଲକ୍ଷ କୋଭିଶିଲ୍ଡ ଓ 1 ଲକ୍ଷ 90 ହଜାର କୋଭାସ୍କିନ ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଟିକା ସରିଯିବ । ଆଇସିଏମଆର ସୂଚନା ଅନୁଯାୟୀ କୋଭାସ୍କିନ ପ୍ରଭାବଶାଳୀ ଅଟେ । ଏହା ଡବଲ ମିୟୁଟନ ବିରୋଧରେ କାର୍ଯ୍ୟ କରିବ। ତେବେ ଉଭୟ ଟିକା ପ୍ରଭାବଶାଳୀ ହୋଇଥିବା ଆମେ ଭାବୁଛୁ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.