ETV Bharat / city

ହରିଶଙ୍କର ଓ ନୃସିଂହନାଥରେ ବିକାଶର ନକ୍ସା, ଡିସେମ୍ବର 2022 ସୁଦ୍ଧା କାର୍ଯ୍ୟ ସାରିବା ଲକ୍ଷ୍ୟ

ହରିଶଙ୍କର, ନୃସିଂହନାଥ ବିକାଶ ପ୍ଲାନର ତୃତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଛି । 2022 ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 1, 2021, 10:22 PM IST

ହରିଶଙ୍କର ଏବଂ ନୃସିଂହନାଥରେ ବିକାଶର ନକ୍ସା, ଡିସେମ୍ବର 2022 ସୁଦ୍ଧା କାର୍ଯ୍ୟ ସାରିବା ଲକ୍ଷ୍ୟ

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ପ୍ରସିଦ୍ଧ ହରିଶଙ୍କର, ନୃସିଂହନାଥ ବିକାଶ ପ୍ଲାନର ତୃତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । 2022 ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ପ୍ରସ୍ତୁତ ହୋଇଥିବା ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଛି ।

ହରିଶଙ୍କର, ନୃସିଂହନାଥ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍‌, ରିଲିଜିୟସ୍‌ ଷ୍ଟ୍ରିଟ୍‌, କଲଚରାଲ୍‌ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ । ଏହାସହ ପାରମ୍ପରିକ ହର୍ବାଲ ସେଣ୍ଟର ମଧ୍ୟ କରାଯିବ । ଉଦ୍ୟାନ, ପିକନିକ୍‌ ଜୋନ୍‌, କିଡ୍‌ସ ଜୋନ୍‌, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । 18 କିଲୋମିଟର ଟ୍ରେକିଂ ଟ୍ରାକ୍‌, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବ । ଏହି ସମସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶର ଧାରା ପ୍ରବାହିତ କରିବା ପାଇଁ ପ୍ରସ୍ତୁତ ସ୍ଥାନୀୟ ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଛନ୍ତି । ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.