ETV Bharat / city

ଦୁର୍ବଳ ହେଲା ଲଘୁଚାପ, ୧୭ ଯାଏଁ ନାହିଁ ବର୍ଷା

ଲଘୁଚାପ ଭରିଲା ନିଅଣ୍ଟିଆ ବର୍ଷା । ବଙ୍ଗୋପସାଗରରେ ଗତ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହୋଇଥିଲା । ଅଧିକ ପଢ଼ନ୍ତୁ...

ଦୁର୍ବଳ ହେଲା ଲଘୁଚାପ, ୧୭ ଯାଏଁ ନାହିଁ ବର୍ଷା
ଦୁର୍ବଳ ହେଲା ଲଘୁଚାପ, ୧୭ ଯାଏଁ ନାହିଁ ବର୍ଷା
author img

By

Published : Sep 15, 2021, 9:21 PM IST

ଭୁବନେଶ୍ବର: ଲଘୁଚାପ ଭରିଲା ନିଅଣ୍ଟିଆ ବର୍ଷା । ବଙ୍ଗୋପସାଗରରେ ଗତ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହୋଇଥିଲା । ଏବେ ଧୀରେଧୀରେ ଦୁର୍ବଳ ହୋଇ ଲଘୁଚାପ ମଧ୍ୟପ୍ରଦେଶ ମୁହାଁ ହୋଇଛି । ୪୮ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବ ଲଘୁଚାପ ।

ଦୁର୍ବଳ ହେଲା ଲଘୁଚାପ, ୧୭ ଯାଏଁ ନାହିଁ ବର୍ଷା

ତେବେ ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଓଡିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ରାଜ୍ୟରେ ଆସନ୍ତା ୩ ଦିନ ତଥା ୧୭ ତାରିଖ ଯାଏଁ କୌଣସି ଭାରି ବର୍ଷାର ସମ୍ଭାବନା ନାହିଁ । ଏହାସହ ଆସନ୍ତା ୧୮ ତାରିଖରୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିଭଳି ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ରହିଛି ।

ସେପଟେ ଲଘୁଚାପର ଲଗାଣ ବର୍ଷା ପ୍ରଭାବରେ ମାତ୍ର ୪ ଦିନ ମଧ୍ୟରେ ରାଜ୍ୟରେ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା ହୋଇପାରିଛି । ଗତ ୧୦ ତାରିଖରେ ରାଜ୍ୟରେ ମୋଟ ୨୭ ପ୍ରତିଶତ ନିଅଣ୍ଟିଆ ଥିବା ବେଳେ ଏବେ ଆଉ ୧୨ ପ୍ରତିଶତ ଅଭାବୀ ବର୍ଷା ଥିବା ରେକର୍ଡ ହୋଇଛି । ୨୧ ଜିଲ୍ଲାରେ ସ୍ବାଭାବିକ ଓ ଏହାଠାରୁ ଅଧିକ ବର୍ଷା ଏବଂ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.