ETV Bharat / city

'ଓଡ଼ିଶାରେ ନାହିଁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋରୋନା ଷ୍ଟ୍ରେନ'

ନୂଆ ରୂପରେ ହୁହୁ ହୋଇ ବଢ଼ି ଚାଲିଛି କୋରୋନା ସଂକ୍ରମଣ । ତେବେ ରାଜ୍ୟରେ ଏଯାଏଁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋରୋନା ଷ୍ଟ୍ରେନ ଦେଖିବାକୁ ମିଳିନି । ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି ଓଡ଼ିଶାରେ ସେହି ମ୍ୟୁଟେସନର ପ୍ରଭାବ ନାହିଁ । ଅଧିକ ପଢ଼ନ୍ତୁ...

author img

By

Published : Apr 20, 2021, 5:02 PM IST

'ଓଡ଼ିଶାରେ ନାହିଁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋରୋନା ଷ୍ଟ୍ରେନ'
'ଓଡ଼ିଶାରେ ନାହିଁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋରୋନା ଷ୍ଟ୍ରେନ'

ଭୁବନେଶ୍ବର: ନୂଆ ରୂପରେ ହୁହୁ ହୋଇ ବଢ଼ି ଚାଲିଛି କୋରୋନା ସଂକ୍ରମଣ । ତେବେ ରାଜ୍ୟରେ ଏଯାଏଁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋରୋନା ଷ୍ଟ୍ରେନ ଦେଖିବାକୁ ମିଳିନି । ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି ଓଡ଼ିଶାରେ ସେହି ମ୍ୟୁଟେସନର ପ୍ରଭାବ ନାହିଁ । ଅଧିକରୁ ଜେନମ ସିକ୍ୟୁଏନ୍ସିଂ ପରେ କେଉଁ ଷ୍ଟ୍ରେନ ଦ୍ବାରା ଓଡ଼ିଶା ଅଧିକ ପ୍ରଭାବିତ ହେଉଛି ତାହା ଜଣାପଡ଼ିବ । ରାଜ୍ୟରେ କୋରୋନା ସଂକ୍ରମଣକୁ ନେଇ ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଓଡ଼ିଶାରେ ମାତ୍ର 3 ରୁ 4 ପ୍ରତିଶତ ୟୁକେ ଏବଂ ଡବଲ ମ୍ୟୁଟେସନ ରହିଛି, ଯାହା ଏତେ ପ୍ରଭାବ ପକାଇବ ନାହିଁ । ବର୍ତ୍ତମାନ କୋରୋନାର ଯେଉଁ ନୂଆ ଷ୍ଟ୍ରେନ ରହିଛି ତାହା ଜଣେ ସଂକ୍ରମିତଙ୍କ ଠାରୁ ଅନ୍ୟଜଣଙ୍କୁ ସଂକ୍ରମଣ ହେଉଛି । ସାଧାରଣ ଥଣ୍ଡା ବା କମନ ଫ୍ଲୁ ରହୁଥିବାରୁ ଏଭଳି ଭାବରେ ଅଧିକ ସଂକ୍ରମିତ ହେଉଛନ୍ତି ।

କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ବର୍ତ୍ତମାନ ପଡ଼ୋଶୀ ରାଜ୍ୟରୁ ଲୋକ ଓଡ଼ିଶାକୁ ଫେରୁଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଛତିଶଗଡ଼ର କୋରୋନା ସଂକ୍ରମଣ ଆମ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇବାର ପ୍ରମୁଖ କାରଣ । ଅନ୍ୟ ରାଜ୍ୟ ଯେଉଁଠି ସଂକ୍ରମଣ ବଢ଼ୁଛି ସେଠାରୁ ଆସୁଥିବା ଲୋକେ ବି ଏହାର କାରଣ ପାଲଟିଛନ୍ତି । ଲୋକମାନେ ଅମାନିଆ ହେବାରୁ ବି ସଂଖ୍ୟାକୁ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.