ETV Bharat / city

ପରିବା ମାର୍କେଟରେ ନାହିଁ କୋରୋନା କଟକଣା, ଏକ ନମ୍ବର ହାଟ ବନ୍ଦ କଲା ପ୍ରଶାସନ

author img

By

Published : Jun 12, 2020, 10:07 PM IST

ରଜ ପାଇଁ ଜମୁଛି ସବୁଠି ଭିଡ ପରିବା ମାର୍କେଟ ରେ ନାହିଁ କଟକଣା । ସେପଟେ ଗ୍ରୋସରୀ ମାର୍କେଟକୁ ସଂଧ୍ୟାବେଳୁ ବନ୍ଦ କରିଛି ପୋଲିସ । କୋରୋନା ନିୟମକୁ ମାନିନଥିବା ବେଳେ ପ୍ରଶାସନ ଏକ ନମ୍ବର ହାଟକୁ ମଧ୍ୟ ବନ୍ଦ କରିଛି । ଅଧିକ ପଢନ୍ତୁ..

There is no corona cut in the family market, the administration closed the number one market

ଭୁବନେଶ୍ବର: ରଜ ପାଇଁ ସବୁଠି ଜମୁଛି ଭିଡ଼। ପରିବା ଦୋକାନ ଠାରୁ ଆରମ୍ଭ କରି ଗ୍ରୋସରୀ ଓ ପୋଷାକ ବଜାରରେ ସାମଗ୍ରୀ ନେବାକୁ ଲୋକମାନେ ନାହିଁ ନଥିବା ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ତେବେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାଠାରୁ ରକ୍ଷା ପାଇବା ପାଇଁ ସରକାର କେତେକ ସତର୍କତା ଅବଲମ୍ବନ କରିବାକୁ କଡା ନିର୍ଦେଶ ଦେଇଛନ୍ତି। ସେପଟେ ଏଠାରେ କେହି କୋରୋନା ନିୟମକୁ ମାନିନଥିବା ବେଳେ ପ୍ରଶାସନ ଏକ ନମ୍ବର ହାଟକୁ ମଧ୍ୟ ବନ୍ଦ କରିଛି ।

ପରିବା ମାର୍କେଟରେ ନାହିଁ କୋରୋନା କଟକଣା, ଏକ ନମ୍ବର ହାଟ ବନ୍ଦ କଲା ପ୍ରଶାସନ

ଏହି ସ୍ଥାନ ମାନଙ୍କରେ କେହି ସାମାଜିକ ଦୂରତା ପାଳନ ନକରୁଥିବା ଦେଖିବାକୁ ମିଳିଥିଲା। ପରେ ଏହି ଖବର ସ୍ଥାନୀୟ ପୋଲିସ ଓ ପ୍ରଶାସନ ପାଖରେ ପହଞ୍ଚିବା ପରେ ସେମାନେ ଲୋକମାନଙ୍କୁ ଘଉଡାଇବା ସହ ଏକନମ୍ବର ଗ୍ରୋସରୀ ମାର୍କେଟକୁ ସନ୍ଧ୍ୟା ପୂର୍ବରୁ ବନ୍ଦ କରାଇ ଦିଆଯାଇଛି। ତେବେ ପରିବା ମାର୍କେଟ ରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲେ ମଧ୍ୟ ସେଠାରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

ସୂଚନାଯୋଗ୍ୟ କି ଆସନ୍ତାକାଲି ସଜବାଜ ଓ ତା ପରଦିନ ରଜ ହେଉଥିବାରୁ ସରକାର ରାଜ୍ୟରେ ସନ୍ଧ୍ୟା 7ଟାରୁ ଲାଗୁ ହେଉଥିବା କର୍ଫ୍ୟୁକୁ ରାତି 10 ଟା ପର୍ଯ୍ୟନ୍ତ କୋହଳ କରିଥିଲେ। ଯାହାକି ଏହି ଭିଡ଼ ଯୋଗୁଁ ଭୁବନେଶ୍ବରର ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ଖୋଲାଯାଇ ନାହିଁ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.