ETV Bharat / city

ଆସନ୍ତା ୨ ଦିନ କାଳବୈଶାଖୀ, ୭ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

author img

By

Published : Mar 20, 2021, 7:30 PM IST

୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି, ଜାରି ହେଲା ୟେଲୋ ୱାର୍ନିଙ୍ଗ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ବର୍ଷା ହେବ । ଅଧିକ ପଢନ୍ତୁ...

କାଳବୈଶାଖୀ ସହ ବର୍ଷା ସମ୍ଭାବନା
କାଳବୈଶାଖୀ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି, ଜାରି ହେଲା ୟେଲୋ ୱାର୍ନିଙ୍ଗ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ବର୍ଷା ହେବ ।

କାଳବୈଶାଖୀ ସହ ବର୍ଷା ସମ୍ଭାବନା
ଆସନ୍ତା ୨୪ ଘଣ୍ଟା ଅର୍ଥାତ ରବିବାର ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଅନୁଗୋଳ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡିଶାରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ ।ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ଓ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୭.୦ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ୩୯.୦, ବଲାଙ୍ଗୀର ୩୮.୭, କଟକ ୩୮.୮, ମାଲକାନଗିରି ଓ ତାଳଚେର ୩୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ କାଳବୈଶାଖୀ ବର୍ଷା ହୋଇଥିବା ଜଣା ପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.