ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣରେ ବ୍ରେକ ଲାଗୁନାହିଁ । ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ମେଣ୍ଟନ ହୋଇ କମିବ ବୋଲି କହିଛନ୍ତି DMET ସି.ବି କେ ମହାନ୍ତି ।
ରାଜ୍ୟରେ କୋରୋନା ସଂକ୍ରମଣ କାମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଅନ୍ୟ ରାଜ୍ୟରେ ପୂର୍ବରୁ ପିକରେ ଥିଲା ସେହି ତୁଳନାରେ ଆମ ରାଜ୍ୟରେ ଟ୍ରେଣ୍ଡ କମିବାରେ ଲାଗୁଛି । ପୂର୍ବରୁ ଯେଉଁ ମାତ୍ରାରେ ସଂକ୍ରମଣ ବଢୁଥିବା ଏବେ ସେଥିରେ ସାମାନ୍ୟ ବ୍ରେକ ଲାଗିଛି । କିଛିଦିନ ପୂର୍ବରୁ ରାଜ୍ୟରେ 12 ହଜାର ରହୁଥିଲା ଦୈନିକ ସଂକ୍ରମଣ । ମାତ୍ର ଏବେ ସଂକ୍ରମିତଙ୍କ ସଂଖ୍ୟା 8ରୁ 10 ହଜାର ଭିତରେ ରହିଛି ବୋଲି କହିଛନ୍ତି ସି.ବି କେ ମହାନ୍ତି ।
ଆମ ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା ଡବଲିଙ୍ଗ ହୋଇନାହିଁ । ବର୍ତ୍ତମାନ ସଂକ୍ରମଣର ଡାଉନ ଟ୍ରେନ ଦେଖା ଦେଇଛି । ମହାରାଷ୍ଟ୍ର ଭଳି ରାଜ୍ୟର ମାସକ ପୂର୍ବରୁ ପିକ ନେଉଥିବାରୁ ଏବେ ସେଠି ସଂକ୍ରମଣ କମୁଛି । ଆମେ ଆଶା କରୁଛୁ ଆମର ସେହି ଟ୍ରେଣ୍ଡ ମେଣ୍ଟେନ ହୋଇ କମିବ । ମୃତ୍ୟୁସଂଖ୍ୟା ବଢିବାରେ କାରଣ ପୂର୍ବ 15 ଦିନ ଅନେକ ଲୋକ କ୍ରିଟିକାଲ ଥିଲେ ତେଣୁ ଏବେ ମୃତ୍ୟୁ ସଂଖ୍ୟା ଟିକିଏ ବଢିଛି । ଧିରେ ଧିରେ ଏଥିରେ ସୁଧାର ଆସିବ ବୋଲି କହିଛନ୍ତି DMET ସି.ବି କେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ