ETV Bharat / city

ବଢିବ ପାରା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ 2 ରୁ 4 ଡିଗ୍ରୀ ତାପମାତ୍ରା ବୃଦ୍ଧି - ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତା ୫ ଦିନ ପାଇଁ ପାଗ ଶୁଖିଲା ରହିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ସାମାନ୍ୟ 2 ରୁ 4 ଡିଗ୍ରୀ ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

2 ରୁ 4 ଡିଗ୍ରୀ ତାପମାତ୍ରା ବୃଦ୍ଧି
2 ରୁ 4 ଡିଗ୍ରୀ ତାପମାତ୍ରା ବୃଦ୍ଧି
author img

By

Published : Mar 3, 2021, 8:51 PM IST

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପାଇଁ ପାଗ ଶୁଖିଲା ରହିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ସାମାନ୍ୟ 2 ରୁ 4 ଡିଗ୍ରୀ ସ୍ବାଭାବିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

2 ରୁ 4 ଡିଗ୍ରୀ ତାପମାତ୍ରା ବୃଦ୍ଧି

ଏହାସହ ଆସନ୍ତା 24 ଘଣ୍ଟା ଅର୍ଥାତ ଗୁରୁବାର ସକାଳ ସମୟରେ ବାଲେଶ୍ବର, ଭଦ୍ରକ,ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଦେବ। ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ।

ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ 2 ରୁ 3 ଡିଗ୍ରୀ ଅଧିକ ରହିବ। ଗତ ୨୪ ଘଣ୍ଟାରେ ତାପମାତ୍ରା 2 ରୁ 4 ଡିଗ୍ରୀ ସ୍ବାଭାବିକ ତାପମାତ୍ରା ଠାରୁ ଅଧିକ ରହିଥିଲା।

ତେବେ ଅନୁଗୁଳରେ ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.