ETV Bharat / city

ରାଜ୍ୟର ଇକୋନମି 1 ଟ୍ରିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶାକୁ ହସ୍ତତନ୍ତ ଶିଳ୍ପର ହବ ଭାବେ ପରିଗଣିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଆଶା ଅଛି ତାହା ପୂରଣ ଦିଗରେ ଅନବରତ ପ୍ରଚେଷ୍ଟା ଚାଲିଛି । ମେକିଂ ଓଡିଶା ଟେକ୍ସଟାଇଲ ହବ କନକ୍ଳେଭରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ଅଧିକ ପଢନ୍ତୁ...

odisha making textile hub conclave
ରାଜ୍ୟର ଇକୋନମି 1 ଟ୍ରିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ
author img

By

Published : Oct 25, 2021, 10:26 PM IST

ଭୁବନେଶ୍ବର : ଓଡିଶାକୁ ହସ୍ତତନ୍ତ ଶିଳ୍ପର ହବ ଭାବେ ପରିଗଣିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଆଶା ଅଛି, ତାହା ପୂରଣ ଦିଗରେ ଅନବରତ ପ୍ରଚେଷ୍ଟା ଚାଲିଛି । ସେଥିପାଇଁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଓଡିଶା ଉନ୍ନତିପଥରେ ଆଗେଇ ଚାଲିଛି । ସୋମବାର ଲୋକସେବା ଭବନରେ ଅନୁଷ୍ଠିତ ମେକିଂ ଓଡିଶା ଟେକ୍ସଟାଇଲ ହବ କନକ୍ଳେଭରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

odisha making textile hub conclave
ରାଜ୍ୟର ଇକୋନମି 1 ଟ୍ରିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ

ଲୋକସେବା ଭବନରେ ଇପିକଲ୍ ଦ୍ୱାରା 'ମେକିଂ ଓଡ଼ିଶା ଟେକ୍ସଟାଇଲ ହବ ଅଫ ଦ ଇଷ୍ଟ' ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଛି । କର୍ମଶାଳାକୁ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ କରିଥିଲେ । ରାଜ୍ୟର ସମ୍ପ୍ରତି ଅଭିବୃଦ୍ଧିରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପ୍ରମୁଖ ଭୂମିକା ନେଇଥିବା ସଚିବ ତଥ୍ୟ ଉପସ୍ଥାପନ କରିଛନ୍ତି । ଦେଶର ପୂର୍ବାଞ୍ଚଳରେ ଓଡିଶା ଉତ୍ପାଦନ କେନ୍ଦ୍ର ଭାବରେ ପରିଣତ କରିଛନ୍ତି । ଓଡିଶାର ଶିଳ୍ପ ନୀତି, ଶିଳ୍ପ ଭିତ୍ତିଭୂମି, କୁଶଳୀ ମାନବ ଶକ୍ତି ଏବଂ ବିଶେଷ ଭାବରେ ସକ୍ରିୟ ସ୍ଥିର ଶାସନ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି ।

କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏକ ପ୍ରାଚୁର୍ଯ୍ୟ ଭରା ରାଜ୍ୟ । ଯଦି ଆମ ରାଜ୍ୟ ପାଇଁ କିଛି କରିବାକୁ ଚାହୁଁଛନ୍ତି ଓଡ଼ିଶାରେ ପୁଞ୍ଜିନିବେଶ କରନ୍ତୁ ଶିଳ୍ପପତି ମାନଙ୍କୁ ମନ୍ତ୍ରୀ ଆହ୍ୱାନ କରୁଛନ୍ତି । ଆଗାମୀ ଦିନରେ ଓଡିଶାର ଇକୋନମି 1 ଟ୍ରିଲିଅନ ଡଲାର ପହଁଚିପାରିବ । ସେ ଦକ୍ଷତା ଆମ ରାଜ୍ୟରେ ଅଛି । ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନେଉଛନ୍ତି । ତତ ସହିତ ଆମ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ଅଛି ବୋଲି ବୈଠକରେ ଉପସ୍ଥିତ ଶିଳ୍ପ ଅଧିକାରୀଙ୍କୁ ମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି । ସମ୍ପୂର୍ଣ୍ଣ ବିଶ୍ୱରେ ରେ ଯଦି ମେଟାଲ ଇଣ୍ଡଷ୍ଟ୍ରି ସମ୍ବନ୍ଧରେ ଚର୍ଚ୍ଚା କରାଯାଏ ତେବେ ଓଡ଼ିଶାର ନାଁ ସର୍ବପ୍ରଥମେ ଆସେ । ସବୁଠାରୁ ମହତ୍ୱପୂର୍ଣ ବିଷୟ ହେଉଛି ଆମ ରାଜ୍ୟର କୁଶଳୀ ଯୁବକ ।

ରାଜ୍ୟର ବିଭିନ୍ନ ଏମଏସଏମଇ, ଶିଳ୍ପାନୁଷ୍ଠାନ ଯାଇ ଏଠାକାର ଦକ୍ଷ ଯୁବକ ଯୁବତୀମାନେ କିପରି କାମ କରୁଛନ୍ତି ତାହାର ତଦାରଖ କରନ୍ତୁ ବୋଲି ମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କୋଇଲା, ବକ୍ସାଇଟ, ହସ୍ତତନ୍ତ ପ୍ରସାଧାନର ଅଭାବ ନାହିଁ । ଯାହା ଦ୍ୱାରା କାଲିର ଓଡିଶା ବର୍ତମାନର ଉନ୍ନତ ରାଜ୍ୟରେ ପରିଣତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଶିଳ୍ପ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୂଆ ଯୋଜନା ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ର ଟେକ୍ସଟାଇଲ ସଚିବ ଉପେନ୍ଦ୍ର ପ୍ରତାପ ସିଂ । ବିଭିନ୍ନ ଶିଳ୍ପ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ପାଇଁ ଭାରତ ଭିତ୍ତିକ ଶିଳ୍ପ ସଂସ୍ଥାଗୁଡିକ ଧ୍ୟାନ ଦେଇପାରିବେ ବୋଲି ସେ ସୂଚାଇ ଦେଇଛନ୍ତି ।ଉନ୍ନୟନ କମିଶନର ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ହସ୍ତତନ୍ତ ସଚିବ ଶୋଭା ଶର୍ମା, ଇପିକଲ ଏମଡି ଭୁପିନ୍ଦର ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେମିନାରରେ ଶଶୀ ଏକ୍ସପର୍ଟ, ଆଦିତ୍ୟ ବିର୍ଲା ଫ୍ୟାସନ, ପେଜ ଇଣ୍ଡଷ୍ଟ୍ରି, ୱାଇଲଡ଼ ଲୋଟସ ପରି ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇଥିଲେ । ସେମିନାରରେ ଭୋସଲା ଇଣ୍ଡଷ୍ଟ୍ରି, ବର୍ଦ୍ଧମାନ ଟେକ୍ସଟାଇଲ, ଡିକ୍ସି ଟେକ୍ସଟାଇଲ, ଇନ୍ଦରୋମା ଇଣ୍ଡଷ୍ଟ୍ରି, ଶୁଭଲକ୍ଷ୍ମୀ ପଲିଷ୍ଟରର ପ୍ରତିନିଧି ସାମିଲ ଥିଲେ । ଆଇଓସିଏଲର ଦେବାଶିଷ ସେନ, ଧନଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପରେ ନିଜର ଅଭିଜ୍ଞତା ବାବଦରେ ସୂଚନା ଦେଇଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରି ବ୍ୟବସାୟ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା, ଶିଳ୍ପ ଭିତ୍ତିଭୂମିର ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ଓଡିଶାକୁ ବିଚାରକୁ ନେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.