ETV Bharat / city

ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି: ମୋନା ଶର୍ମା

author img

By

Published : Jun 5, 2022, 8:00 PM IST

ବିଶ୍ବ ପରିବେଶ ଦିବସରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପରିବେଶ ଦିବସ ପାଳନ କରାଯାଇଛି । ବାତ୍ୟାର ପ୍ରଭାବକୁ ପ୍ରାକୃତିକ ଢଙ୍ଗରେ କମ କରିବା ପାଇଁ ସରକାରଙ୍କ ପକ୍ଷରୁ ହେନ୍ତାଳ ଗଛ ବୃକ୍ଷରୋପଣ କରାଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା । ଅଧିକ ପଢନ୍ତୁ

ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି: ମୋନା ଶର୍ମା
ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି: ମୋନା ଶର୍ମା

ଭୁବନେଶ୍ବର: ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲ ରହିଛି । ଏହାଛଡା ବାତ୍ୟାର ପ୍ରଭାବକୁ ପ୍ରାକୃତିକ ଢଙ୍ଗରେ କମ କରିବା ପାଇଁ ସରକାରଙ୍କ ପକ୍ଷରୁ ହେନ୍ତାଳ ଗଛ ବୃକ୍ଷରୋପଣ କରାଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା । ଆଜି(ରବିବାର) ବିଶ୍ବ ପରିବେଶ ଦିବସରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପରିବେଶ ଦିବସ ପାଳନ କରାଯାଇଛି । ୨୦୦ରୁ ଊର୍ଦ୍ଧ୍ବ ପ୍ରକୃତି ମିତ୍ରଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କାରାଯାଇଛି । ବିଗତ ୨୦ ବର୍ଷ ହେବ ଲଗାତାର ଭାବେ ଜଙ୍ଗଲ ପରିଧିକୁ ବୃଦ୍ଧି କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ରାଜ୍ୟରେ ୩୩ ପ୍ରତିଶତ ଜଙ୍ଗଲକୁ ବଜାୟ ରଖିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଥିବା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି । ଏହାଛଡା ବାତ୍ୟାରୁ ପ୍ରାକୃତିକ ଭାବେ ସୁରକ୍ଷିତ ରହିବ ପାଇଁ ହେନ୍ତାଳ ବୃକ୍ଷରୋପଣ କାରାଯାଉଛି । ଚଳିତ ବର୍ଷ ଫରେଷ୍ଟ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ହେନ୍ତାଳ ଗଛ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ମୋନା ଶର୍ମା ।

ସରକାରଙ୍କ ପକ୍ଷରୁ ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରୟାସ କାରାଯାଉଛି । ଏହି ପ୍ରୟାସରେ ସରକାରଙ୍କ ପକ୍ଷରୁ ଇକୋ କ୍ଲବ ଗଠନ କରାଯାଇଛି । ରାଜ୍ୟରେ ପାଖାପାଖି ୧୪ ହଜାର ୨୫୦ ଇକୋ କ୍ଲବ ରହିଛି । ଏହି କ୍ଲବରେ ସ୍କୁଲ ପିଲାମାନେ ଯୋଗ ଦେଇ ପରିବେଶକୁ କିପରି ସୁରକ୍ଷିତ ରଖାଯାଇ ପାରିବେ ସେନେଇ ବିଭିନ୍ନ ମଡେଲ ତିଆରି କରିଛନ୍ତି । ରାଜ୍ୟସ୍ତରୀୟ ପରିବେଶ ଦିବସ ଅବସରରେ ୩୦ଟି ଜିଲ୍ଲାର ଇକୋ କ୍ଲବର ପକ୍ଷରୁ ୩୦୦ ବେଷ୍ଟ ମଡେଲ ଚୟନ କରାଯାଇ ପ୍ରଦର୍ଶିତ କରାଯାଇଛି । ଏହି ମଡେଲ ମଧ୍ୟରୁ ୩ଟି ଶ୍ରେଷ୍ଠ ମଡେଲକୁ ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଛି । ଏହାଛଡ଼ା ୩୦ଟି ଯାକ ଜିଲ୍ଲାରେ ପ୍ରକୃତି ପାଇଁ କାର୍ଯ୍ୟ କରୁଥିବା ସଙ୍ଗଠନ ଓ ବ୍ୟକ୍ତିଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିବର୍ଷ ବିଭାଗ ପକ୍ଷରୁ ୭ରୁ ୮ କୋଟି ଚାରା ରୋପଣ କରାଯାଉଥିବା ବିଭାଗୀୟ ସଚିବ କହିଛନ୍ତି । ପରିବେଶର ସୁରକ୍ଷା ଓ ଜଳବାୟୁର ପରିବର୍ତ୍ତନ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ କହିଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ଗ୍ରୀନ ହାଉସ ଇଫେକ୍ଟ କମ କରିବା ପାଇଁ ସରକାରଙ୍କ ଟାର୍ଗେଟ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.