ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟ ସରାକରଙ୍କ ବଡ ନିଷ୍ପତ୍ତି । କୋରୋନା ପାଇଁ କେତେକ ସହରକୁ ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର 8 ସହରକୁ ଲକ୍ ଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ପାଞ୍ଚଟି ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ।
ଏକ ସପ୍ତାହ ପାଇଁ ଭୁବନେଶ୍ବର ସମେତ ଏହି ସହର ଗୁଡିକର 40 ପ୍ରତିଶତ ଲକ ଡାଉନ କରାଯାଇଛି । ଏହି ସମସ୍ତ ଜିଲ୍ଲାରେ 70 ପ୍ରତିଶତ ବିଦେଶରୁ ଫେରିଥିବା ଲୋକ ରହିଛନ୍ତି । ଯାହାର ସଂଖ୍ୟା ପ୍ରାୟ 3200 ହେବ ବୋଲି ସୂଚନା ମିଳିଛି । ଲକଡାଉନ ସମୟରେ ବିମାନ, ରେଳ, ବସ ଓ ଅତ୍ୟାବଶ୍ୟକ ସେବା ବାଦ ପଡିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ