ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲା ପରିଷଦ ଜିତିବା ନେଇ BJD କହିବା ପରେ ପ୍ରତିକ୍ରିୟା ରଖିଛନ୍ତି BJP ବିଧାୟିକା କୁସୁମ ଟେଟେ । କୁସୁମ କହିଛନ୍ତି,ରାଜ୍ୟ ସରକାର 22 ବର୍ଷ ଭିତରେ ମହିଳା ମାନଙ୍କ ଚିନ୍ତା କରି ନଥିଲେ, ଏବେ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ମୁହଁରେ କହିଥିଲେ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ 35% ରହିବ । ହେଲେ କେତେ କାର୍ଯ୍ୟକାରୀ ହେଉଛି ତାହା ରାଜ୍ୟବାସୀଙ୍କୁ ଜଣାଅଛି ବୋଲି କହିଛନ୍ତି କୁସୁମ ।
ସେହିପରି ସେ ନିଜ ଉଦାହରଣ ଦେଇ ମଧ୍ୟ ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ଥିବା ସମ୍ମାନକୁ ନେଇ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । କୁସୁମ କହିଛନ୍ତି ମୁଁ ଯେତେବେଳେ BJD ମୁଁ ଥିଲାବେଳେ 35% ଭିତରେ ଥିଲି, ହେଲେ ମୋ କଥା ଭୁଲିଗଲେ। ରାଜ୍ୟ ସରକାର ମହିଳାମାନଙ୍କୁ ଭୂଆଁ ବୁଲାଇ ସଶକ୍ତିକରଣର ପ୍ରଲୋଭନ ଦେଖାଉଛନ୍ତି। ସରକାରଙ୍କ ପକ୍ଷରୁ SHG ସଦସ୍ୟାଙ୍କ ପାଖରେ ଟଙ୍କା ପହଞ୍ଚିଥିବାବେଳେ କେବଳ ଗ୍ରୁପ ନିର୍ମାଣ କରି ଭେଳିକି ଦେଖାଉଛନ୍ତି । SHG ସଦସ୍ୟାଙ୍କୁ ମିଛ ଆଶା ଦେଖାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯୋଜନା ସବୁ ଘରେ ଘରେ ପରିଚିତ। ପଶ୍ଚିମ ଓଡିଶାରେ ସବୁ ମହିଳାମାନଙ୍କୁ BJP ରେ ସାମିଲ କରିବୁ ବୋଲି କହିଛନ୍ତି କୁସୁମ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ