ETV Bharat / city

କଳାବଜାରୀ ରୋକିବ ସ୍ପେଶାଲ କମିଟି

author img

By

Published : Apr 16, 2021, 9:03 PM IST

କୋଭିଡ ସଂକ୍ରମଣ ବଢିବା ସହ ବଢୁଛି କୋଭିଡ ଚିକିତ୍ସା ସାମଗ୍ରୀର କଳାବଜାରୀ । ଏହି କଳାବଜାରୀରେ ରୋକ ଲଗାଇବା ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ସ୍ପେଶାଲ କମିଟି । ଅଧିକ ପଢନ୍ତୁ...

କଳାବଜାରୀ ରୋକିବ ସ୍ପେଶାଲ କମିଟି
କଳାବଜାରୀ ରୋକିବ ସ୍ପେଶାଲ କମିଟି

ଭୁବନେଶ୍ବର: କୋଭିଡ ସଂକ୍ରମଣ ବଢିବା ସହ ବଢୁଛି କୋଭିଡ ଚିକିତ୍ସା ସାମଗ୍ରୀର କଳାବଜାରୀ । ଏହି କଳାବଜାରୀରେ ରୋକ ଲଗାଇବା ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ସ୍ପେଶାଲ କମିଟି ।
ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚ ଜସ୍ବନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି 3 ଜଣିଆ କମିଟି ।

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ଚିକିତ୍ସା ସାମଗ୍ରୀ ଓ ଔଷଧର କଳାବଜାରୀ ବଢିବାରେ ଲାଗିଛି । କୋଭିଡ ଚିକିତ୍ସା ଔଷଧ ଓ ଜରୁରୀ ସାମଗ୍ରୀକୁ ବେଆଇନ୍ ମହଜୁଦ ଏବଂ ଏହାର କଳାବଜାରୀ ରୋକିବାକୁ ଗୃହ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏକ ସ୍ୱତନ୍ତ୍ର କମିଟି ।

କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଜଶୱନ୍ତ କୁମାର ଜେଠୱାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ରାଙ୍କର ଜଣେ ଅଧିକାରୀଙ୍କ ସହ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରର ଜଣେ ସଦସ୍ୟଙ୍କୁ ଆବାହକ ଭାବେ ଦାୟିତ୍ୱ ଦିଆଯାଇଛି । କମିଟି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଜରୁରୀ ମେଡିକାଲ୍ ସାମଗ୍ରୀର ବିତରଣ ଓ ଉପଲବ୍ଧତା ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ ରୋକିବା ଲାଗି ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବା ଲାଗି କମିଟିକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.