ETV Bharat / city

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଲାଲ ସିଂହ ଆର୍ଯ୍ୟ ବୈଠକରେ ଯୋଗ ଦେଇଛନ୍ତି । ଅନୁସୂଚିତ ଜାତି କମିଶନ ଗଠନ ଦାବି ଉଠାଇଲା ବିଜେପି। ଅଧିକ ପଢନ୍ତୁ...

The state executive meeting of the BJP Scheduled Caste Morcha
ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
author img

By

Published : Aug 29, 2021, 7:52 PM IST

ଭୁବନେଶ୍ବର: ଅନୁସୂଚିତ ଜାତି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଲାଲ ସିଂହ ଆର୍ଯ୍ୟ। ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି । ଓଡିଶାରେ ଅନୁସୂଚିତ ଜାତିର ଲୋକଙ୍କ ସହ ଅନ୍ୟାୟ ହେଉଛି ମିଳୁନି ଅଧିକାର ଶାସନରୁ ମିଳୁନି ନ୍ୟାୟ । ଅନୁସୂଚିତ ଜାତି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ରରୁ ଆସୁଥିବା ଅର୍ଥ ରୋକାଯାଉଛି ।

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପ୍ରଧାନମନ୍ତ୍ରୀ ମୋଦି 2022 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର କରିବା ପାଇଁ ପ୍ରତିଜ୍ଞା ନେଇଛନ୍ତି । କିନ୍ତୁ ଓଡିଶାରେ ଲୋକଙ୍କୁ ପକ୍କା ଘର ଦେଇ ନାହାନ୍ତି । ଘର କରିବା ପାଇଁ ଜମି ଦିଆଯାଉନାହିଁ ବୋଲି କହିଛନ୍ତି । ଏସସି ଏସଟିଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି । ସେଥିରେ ଚାର୍ଜ ସିଟ ଫାଇଲ କରାଯାଉନାହିଁ । ବିଜେଡ଼ି ଜାଣିଶୁଣି ଅପରାଧୀଙ୍କୁ ସୁରକ୍ଷା ଦେଉଛି । କେନ୍ଦ୍ର ସରକାର ଏସସି ଆୟୋଗ ଗଠନ କରିଛନ୍ତି । କିନ୍ତୁ ଓଡିଶାରେ ଆଜି ଯାଏଁ ଗଠନ ହୋଇନାହିଁ । ଓଡିଶାରେ 2728 ଗାଁରେ 50 % ଏସସି ଅଛନ୍ତି । ଉପକୂଳ ଅଂଚଳରେ ଗରିବଙ୍କୁ ଅଧିକାର ମିଳୁନାହିଁ । ଏହି ସବୁ ଅଭିଯୋଗ ନେଇ କେନ୍ଦ୍ର ଏସସି ଆୟୋଗକୁ ବିଜେପି ଯିବ । ଓଡିଶାରେ ଏସସି ମାନଙ୍କ ପାଇଁ ଆସୁଥିବା ଅର୍ଥକୁ ଡାଇଭର୍ଟ କରାଯାଉଛି । ବିଜେଡ଼ି ସରକାର ଅନୁସୂଚିତ ଜାତି ବର୍ଗଙ୍କୁ ଧୋକା ଦେଉଛି । ରାଜ୍ୟ ସରକାର ଏସସି ମାନଙ୍କ ବିକାଶ କରିବା ପାଇଁ ଯୋଜନା କରୁନାହାନ୍ତି । ଭୋଟ ନେଉଛନ୍ତି କିନ୍ତୁ ନ୍ୟାୟ ଦେଉନାହାନ୍ତି ।

ଆଗାମୀ ସମୟରେ ଆନ୍ଦୋଳନକୁ ଓହ୍ଲାଇଵ ଏସସି ମୋର୍ଚ୍ଚା । କାର୍ଯ୍ୟକାରିଣୀରେ 3 ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଯିବ । ଏସସି ବର୍ଗରୁ ମୋଦି 13 ଜଣ କେନ୍ଦ୍ର ମନ୍ତ୍ରୀ ଓ 4 ରାଜ୍ୟପାଳ କରିଛନ୍ତି । ଗରିବଙ୍କ ପାଇଁ ଯୋଜନା ଓ 80 କୋଟି ଲୋକଙ୍କୁ ରାସନ ଓ ଟୀକା ଦେଲେ । କଂଗ୍ରେସ ଓ ବିଜେଡ଼ି ସରକାର ଥିବା ରାଜ୍ୟ ଗୁଡ଼ିକରେ ଏସସି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି । ଏସସି ବର୍ଗଙ୍କୁ ସଂରକ୍ଷଣ ମିଳୁନାହିଁ । ବିଜେଡ଼ି ସରକାର ବିରୋଧରେ ଶଙ୍ଖନାଦ କରିବ ମୋର୍ଚ୍ଚା । ସ୍ବର ଉତ୍ତୋଳନ କରିବ ମୋର୍ଚ୍ଚା । ମୋର୍ଚ୍ଚା ବ୍ୟାନରରେ ଏସସିଙ୍କ ବିକାଶ ପାଇଁ ଆସୁଥିବା ଅର୍ଥକୁ ପହଞ୍ଚେଇବା ପାଇଁ ଜୋରଦାର ଆନ୍ଦୋଳନ କରାଯିବ ।

ଏହା ସହ ଅନୁସୂଚିତ ଜାତି କମିଶନ ଗଠନ ନହେବା ନେଇ ପ୍ରଶ୍ନ ଉଠାଇଲା ବିଜେପି । ଅନୁସୂଚିତ ଜାତିର ଲୋକଙ୍କ ଅଭିଯୋଗ ଶୁଣିବାକୁ କେନ୍ଦ୍ର ସରକାର କମିଶନ କରିଛନ୍ତି । କିନ୍ତୁ ଓଡିଶା ସରକାର ଅନୁସୂଚିତ ଜାତି କମିଶନ ଗଠନ କରୁନାହାନ୍ତି । ରାଜ୍ୟରେ ଅନୁସୂଚିତ ଜାତିର ଲୋକଙ୍କ ପ୍ରତି ଅତ୍ୟାଚାର ବଢୁଛି । ସେମାନଙ୍କୁ ନ୍ୟାୟ ମିଳୁନି । ବିଜେଡ଼ି ସରକାର ଅନୁସୂଚିତ ଜାତି ବର୍ଗଙ୍କୁ ଧୋକା ଦେଉଛନ୍ତି । ସେମାନଙ୍କୁ ପକ୍କାଘର କରିବାକୁ ଜାଗା ଦେଉନାହାନ୍ତି ରାଜ୍ୟ ସରକାର । ରାଜ୍ୟ କାର୍ଯ୍ୟକାରିଣୀରେ ଏଭଳି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଛି ବିଜେପି । ଆଗକୁ ଅନୁସୂଚିତ ଜାତି ବର୍ଗଙ୍କୁ ସେମାନଙ୍କ ହକ୍ ମିଳିବା ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.