ଭୁବନେଶ୍ବର : କୋରୋନା ନେଇ ସାରା ଦେଶରେ ଜାରି ରହିଛି ଲକ ଡାଉନ । ଏହି ସମୟରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି । ରାଜଧାନୀର ନୂଆପଲ୍ଲୀ ନୁଆସାହିର ସମାଜସେବୀ ମିଲନ କୁମାର ପାଇକରାୟ ବସ୍ତି ବାସିନ୍ଦାଙ୍କୁ ସହାୟତାର ହାତ ବଢାଇଛନ୍ତି ।
ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାବୁନ ମଧ୍ୟ ବଣ୍ଟନ କରିଛନ୍ତି । ଲକ ଡାଉନ ସମୟରେ ଘରେ ରହିବାକୁ ରହିବାକୁ ଅନୁରୋଧ କରିଛନ୍ତି । ଏପରିକି ଜରୁରୀ କାମ ପଡିଲେ ମାସ୍କ ପିନ୍ଧି ବାହାରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଲକ ଡାଉନ ଉଠିବା ପର୍ଯ୍ୟନ୍ତ ୱାର୍ଡ ନମ୍ବର 39ର ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ