ETV Bharat / city

ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘The Healing Touch’ - Corona Infected

ଦୀର୍ଘ ଦିନର କୋଭିଡ ମହାମାରୀ ପରେ ସିନେ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । 'The Healing Touch’ ଫିଲ୍ମର ଅଡିଓ ରିଲିଜ ହୋଇଥିବା ବେଳେ କୋଭିଡ ସମୟରେ ଦର୍ଶକଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଆଣିବାକୁ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଅଧିକ ପଢନ୍ତୁ...

ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘The Healing Touch ‘

author img

By

Published : Sep 19, 2021, 2:47 PM IST

ଭୁବନେଶ୍ବର: ବେଳେବେଳେ ରୋଗୀକୁ ବଞ୍ଚାଇବା ପାଇଁ ଟଙ୍କା କିମ୍ବା ମେଡ଼ିସିନ ହୁଏତ ଫେଲ ମାରିପାରେ, କିନ୍ତୁ ସକାରାତ୍ମକ ଚିନ୍ତାଧାରା ବା ସକରାତ୍ମକ ଭାବନା ମଣିଷକୁ ମୃତ୍ୟୁ ମୁହଁରୁ ବଞ୍ଚେଇ ଦେଇପାରେ । ଆଉ ଏହି ଚିନ୍ତାଧାରାକୁ ଭିତ୍ତିକରି ନିର୍ମାଣ ହୋଇଛି କ୍ଷୁଦ୍ର ଚଳଚିତ୍ର ‘The Healing Touch’। ଯାହା ସମାଜ ପାଇଁ ଏକ ନିଆରା ବାର୍ତ୍ତା ଦେଇଛି । କାରଣ କୋରୋନାକୁ ନେଇ ସମାଜରେ ପ୍ରଥମରୁ ଭୟରେ ରହିଥିବା ବେଳେ ମୃତ୍ୟୁର କରାଳ ରୂପକୁ ସମେସ୍ତ ହୃଦୟଗମ କରିଛନ୍ତି। ଏହି ଭୟରୁ ମୁକୁଳିବା ପାଇଁ, ପ୍ରଶାସନିକ ଅଧିକାରୀ ଶ୍ୱେତ କୁମାର ଦାଶ ‘The healing touch ‘ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଛନ୍ତି । ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ ବ୍ୟାନରରେ ନିର୍ମିତ ହୋଇଥିବା ଏହି କ୍ଷୁଦ୍ର ଚଳଚିତ୍ରକୁ ଡକ୍ଟର ଶ୍ୱେତ କୁମାର ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ, ଚମତ୍କାର ଅଭିନୟ କରିଛନ୍ତି ଅଭିନେତ୍ରୀ ଗାର୍ଗୀ ମହାନ୍ତି ଓ ଗଜେନ୍ଦ୍ର ପାଢ଼ୀ ।

ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘The Healing Touch ‘

ତେବେ ଅମ୍ବିକେଶ କୁନ୍ନାଲ ହୋତାଙ୍କ ସମ୍ପାଦନା ସାଙ୍ଗକୁ ବୈଷୟିକ ନିର୍ଦ୍ଦେଶନା ଓ BGM ଚଳଚିତ୍ରକୁ ଜୀବନ୍ତ କରିଛି । ବହୁ ସମ୍ମାନ ସାଉଁଟି ସାରିଥିବା ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଜଣେ ସ୍ୱାମୀ COVIDରେ ଆକ୍ରାନ୍ତ ହୋଇ ICUରେ ଚିକିତ୍ସିତ ହେଉଥାନ୍ତି । ଡାକ୍ତର ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ଉପରେ ଛାଡିଦିଅନ୍ତି । ତେବେ ଆକ୍ରାନ୍ତ ସ୍ୱାମୀ ଶେଷଥର ପାଇଁ ସ୍ତ୍ରୀଙ୍କ ସହ କଥା ହୁଅନ୍ତି । ସ୍ୱାମୀ, ସ୍ତ୍ରୀଙ୍କର କିଛି ସମୟର ବାର୍ତ୍ତାଳାପ ସ୍ୱାମୀଙ୍କୁ ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଓ ସକରାତ୍ମକ ଚିନ୍ତାଧାରା ଏହି ପିଲ୍ମରେ ଆଣିଦେଇଥିବା ଦେଖିବାକୁ ମିଳିଛି । ଯେଉଁଠି ଡାକ୍ତର ହାତ ଟେକିଦେଇଥିଲେ ସୁଦ୍ଧା ସେଠାରେ ସ୍ୱାମୀ ବଞ୍ଚି ଯାଉଛନ୍ତି ।

ସେପଟେ ନିର୍ଦ୍ଦଶକ ଶ୍ୱେତ କୁମାର ଦାଶ ସମାଜକୁ ବାର୍ତା ଦେଇ କହିଛନ୍ତି ଯେ, କୋରୋନା ଆକ୍ରାନ୍ତ ରୋଗୀ ମାନସିକ ସ୍ତରରେ ଭାଙ୍ଗି ପଡୁଛି । କୋଭିଡ ଭାଇରସ ରୋଗୀକୁ ଯେତିକି ସଂକ୍ରମିତ କରେ, ତା' ଠାରୁ ନକାରାତ୍ମକ ଚିନ୍ତାଧାରା, ଭୟଭୀତ ହେବା ଏବଂ ମାନସିକ ସ୍ତରରେ ଦୁର୍ବଳ ହେବା ଅଧିକ କ୍ଷତି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ । ତେଣୁ ଆମକୁ ମହାମାରୀକୁ ନ ଡରି ସାମ୍ନା କରିବାର ଅଛି । ଆଉ ଏହାକୁ ନେଇ ପ୍ରଡ଼କ୍ସନ ଟିମର ଉଦ୍ୟମ ବେଶ୍ ଲୋକାଭିମୁଖୀ ଓ ଶିକ୍ଷଣୀୟ ହୋଇପାରିଛି |

ତେବେ ଏହି ଚଳଚ୍ଚିତ୍ରର ରିଲିଜ ଅବସରରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ଅଶୋକ ପତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.