ଭୁବନେଶ୍ବର: ଅନଲାଇନରେ ବିକ୍ରି ହେବ ବିଦ୍ୟା ବାଲାନ ପିନ୍ଧିଥିବା ଶ୍ରୀଗଣିତ ଶାଢ଼ୀ। ଅନଲାଇନରେ ଆରମ୍ଭ ହୋଇଯାଇଛି ନିଲାମ କାର୍ଯ୍ୟ। ଅଗଷ୍ଟ 15 ରୁ 20 ତାରିଖ ରାତି 10ଟା ସମୟ ପର୍ଯ୍ୟନ୍ତ ନିଲାମର ସମୟ ରହିଛି । ଏହା ସାଧାରଣ ଭାବରେ ଗୁଗୁଲ ଫର୍ମସ ରେ ଆବେଦନ କରିପାରିବେ। ଏହି ନିଲାମରେ ଯେତିକି ଅର୍ଥ ଆସିବ ତାହା ଭାଗବତ ମେହେରଙ୍କୁ ଦିଆଯିବ। ଏହି ଶାଢ଼ୀକୁ ନିଲାମ କରୁଛନ୍ତି ଉତ୍କଳ ଅମ୍ରିତା ବ୍ରାଣ୍ଡ, ଏହାକୁ ବିଦ୍ୟା ବାଲାନ ପାଖରେ ପହଞ୍ଚାଇଛି ସାବତ ଏକସ୍ପୋର୍ଟ ପ୍ରାଇଭେଟ ଲିମିଟେଡ଼ ।
ସାବତ ଏକସ୍ପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ କହିଛନ୍ତି ବିଦ୍ୟାଙ୍କୁ ଯେତେବେଳେ ଏହି ଶାଢ଼ୀକୁ ଦେଖାଯାଇଥିଲା ସେ ଏହାକୁ ଭରପୁର ପସନ୍ଦ କରିଥିଲେ । ଏହି ଶାଢ଼ୀ ଟିକୁ ମୁକ୍ତିଲାଭ କରିଥିବା ସଙ୍କୁତଲା ର ରିଲିଜ ପୂର୍ବଦିନ ପିନ୍ଧିବେ ବୋଲି କହିବା ପରେ ତାଙ୍କ ପାଖକୁ ପଠାଯାଇଥିଲା। ଏହାକୁ ପିନ୍ଧିବା ପରେ ଶାଢ଼ୀ ଓ ବୁଣାକାରଙ୍କୁ ଭରପୁର ପ୍ରସଂଶା କରିଥିଲେ। ତେବେ ବର୍ତ୍ତମାନ ଏହି ଶାଢ଼ୀକୁ ନେଇ ନିଲାମ କରାଯାଉଛି। ସାବତ ଏକସ୍ପୋର୍ଟ ଏହାକୁ ନିଲାମ କରୁଛି ଅନଲାଇନ ମାଧ୍ୟମରେ।
ଯେହେତୁ ଏହି ଶାଢୀକୁ ଜଣେ ଅଭିନେତ୍ରୀ ପିନ୍ଧିଛନ୍ତି ତେବେ ଏହାର ଚାହିଦା ବଢ଼ିବାରେ ଲାଗିଛି। ଯାହା ଫଳରେ କୋଭିଡ ସମୟରେ କଷ୍ଟରେ ଶାଢ଼ୀ ବୁଣା ଯାଇଥିବା ବେଳେ କୋଭିଡ କୁ ଦୃଷ୍ଟିରେ ରଖି ନିଲାମ କରାଯାଉଛି। ନିଲାମରେ ଯେତିକି ଅର୍ଥ ଆସିବ ସେସବୁ କୁ ଶାଢ଼ୀର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ।
ବର୍ତ୍ତମାନ ସମୟରେ ଏହି ଶାଢୀ ଅନଲାଇନରେ ନିଲାମ କରାଯିବ। ଯାହା ଗତକାଲି ରାତି (ରବିବାର) ସୁଦ୍ଧା ଏହାର ମୂଲ୍ୟ 28 ହଜାର ରହିଥିଲା। ଆଗକୁ ଏହାର ଏଭଳି ମୂଲ୍ୟ ବଢିବ ବୋଲି କହିଛନ୍ତି ଅନିତା ସାବତ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ