ଭୁବନେଶ୍ବର: ରାଜ୍ୟରେ ହେଉଥିବା ଧାନ ସଂଗ୍ରହରେ ସ୍ୱଚ୍ଛ ନୀତି ଆପଣେଇଛନ୍ତି ସରକାର । ଆଉ ରହୁନାହିଁ ମିଡିଲମ୍ୟାନଙ୍କ ଭୂମିକା । ଏନେଇ ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ । ମିଡିଲମ୍ୟାନ ମାନେ ଆଉ ସିଷ୍ଟମ ଭିତରେ ପଶି ପାରୁନାହାନ୍ତି । ଆମ ବ୍ୟବସ୍ଥାକୁ କେନ୍ଦ୍ର ଖାଦ୍ୟ ସଚିବ ରବିକାନ୍ତ ପ୍ରଶଂସା କରିଛନ୍ତି । ଉତ୍ତର ପ୍ରଦେଶ ସରକାର ପି ପାସ ବ୍ୟବସ୍ଥାକୁ ବି ଲାଗୁ କରୁଛନ୍ତି ।
ଚଳିତ ବର୍ଷ ଧାନ ସଂଗ୍ରହ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ