ETV Bharat / city

ଅଫିସ ପଛପଟେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ, ବିଜେପି ଆଣିଲା ଅଭିଯୋଗ

author img

By

Published : Jul 15, 2020, 3:31 PM IST

ଅଫିସ ପଛପଟେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ହୋଇଥିବା ଫର୍ମ। କେବଳ ସେତିକି ନୁହେଁ କିଛି ଫର୍ମକୁ ମଧ୍ୟ ପୋଡା ଯାଇଛି। ପୂର୍ବରୁ ମାହାଙ୍ଗା ବ୍ଲକରେ ଅନୀୟମିତତା ଅଭିଯୋଗ ଆସିଥିବା ବେଳେ ଏବେ ଚିଲିକା ବ୍ଲକର ଅଫିସ ପଛପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପଡିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ଅଫିସ ପଛପଟେ ଫୋପଡା ଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଅଫିସ ପଛପଟେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ହୋଇଥିବା ଫର୍ମ। କେବଳ ସେତିକି ନୁହେଁ କିଛି ଫର୍ମକୁ ମଧ୍ୟ ପୋଡା ଯାଇଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଅନିୟମିତତା ଅଭିଯୋଗ କରି ଏମିତି କିଛି ଚିତ୍ରକୁ ଆଗକୁ ଆଣିଛି ବିଜେପି ।

ପୂର୍ବରୁ ମାହାଙ୍ଗା ବ୍ଲକରେ ଅନିୟମିତତା ଅଭିଯୋଗ ଆସିଥିବା ବେଳେ ଏବେ ଚିଲିକା ବ୍ଲକର ଅଫିସ ପଛପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପଡିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଏନେଇ ବ୍ଲକ ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ ବୋଲି ସେ କହିଛନ୍ତି ।

ଘର ଟିଏ ପାଇବାପାଇଁ ଆଶା ଆକାଂକ୍ଷା ରଖିଥିବା ଗରିବ ଲୋକଙ୍କ ସହ ଖେଳ ଖେଳୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ । ଏହା କେବଳ ଚିଲିକା ନୁହେଁ 314 ବ୍ଲକ ରେ ଏହା ହେଉଛି ବୋଲି ଅନୁମାନ କରୁଛୁ। ଯେଉଁ ଅଧିକାରୀ ମାନେ ସାମିଲ ତାଙ୍କୁ ଦଣ୍ଡ ଦିଆଯାଉ। ଏହାସହ ସରକାର ନିକମା ବୋଲି ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ଦେଇ ପାରୁନାହାନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ପ୍ରସଙ୍ଗ। ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ,ହିତାଧିକାରୀଙ୍କ ଆବେଦନ ବ୍ଲକ ଅଫିସ ପଛପଟରେ ପଢିଥିବା ନେଇ ବିଡିଓ ଙ୍କ ସହ କଥା ହୋଇଛି । ସେ କହିଲେ ସେମିତି ହୋଇନି। ଯଦି ବା ହୋଇଥିବ ଏହା ଜଘନ୍ୟ କଥା। ସ୍ଥାନୀୟ ଲୋକେ ମତେ କେହି କହି ନାହଁନ୍ତି, ଯଦି ଏମିତି ହୋଇଥିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଧାୟକ ଆହୁରୀ ମଧ୍ୟ ସଫେଇ ରଖିଛନ୍ତି, ଏକଥା ସତ କିଛି ହିତାଧିକାରୀ ଘର ପାଇ ନାହଁନ୍ତି। କଚ୍ଚା ଘର ଓ ପକ୍କା ଘରକୁ ନେଇ ଦ୍ଵନ୍ଦ ଅଛି। କିନ୍ତୁ ଅନିୟମିତତା କିଛି ହୋଇନି। 7 -8 ହଜାର ଘର ଆହୁରି ଚିଲିକା ଓ ବାଣପୁରରେ ଦରକାର। ଲୋକେ ଧର୍ଯ୍ୟ ଧରିବା ଦରକାର ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.